ତାମିଲନାଡ଼ୁରେ ଏନ୍‌ସିସି ଶିବିରରେ ୧୩ ବାଳିକାଙ୍କୁ ଯୌନ ନିର୍ଯାତନା, ୧୧ ଗିରଫ

ଚେନ୍ନାଇ: ନାବାଳିକାମାନଙ୍କୁ ଯୌନ ନିର୍ଯାତନା ମାମଲାରେ ତାମିଲନାଡ଼ୁ ପୁଲିସ କ୍ରୀଷ୍ଣଗିରି ଜିଲ୍ଲାର ଏକ ଘରୋଇ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏବଂ ୨ ଶିକ୍ଷକଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏକ ନକଲି ଏନସିସି ଶିବିରରେ ୧୩ ଜଣ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। କ୍ରୀଷ୍ଣଗିରି ଡିଏସ୍‌ପି ପି ଥଙ୍ଗଦୁରାଇ କହିଛନ୍ତି, ସ୍କୁଲ୍‌ ପରିସର‌ରେ ଏନ୍‌ସିସି ଶିବିର ଆରମ୍ଭ ହୋଇଥିଲା। ୩ ଦିନିଆ‌ ଶିବିର ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିଲା। ଏଥିରେ […]

ତାମିଲନାଡ଼ୁରେ ଏନ୍‌ସିସି ଶିବିରରେ ୧୩ ବାଳିକାଙ୍କୁ ଯୌନ ନିର୍ଯାତନା, ୧୧ ଗିରଫ

ଚେନ୍ନାଇ: ନାବାଳିକାମାନଙ୍କୁ ଯୌନ ନିର୍ଯାତନା ମାମଲାରେ ତାମିଲନାଡ଼ୁ ପୁଲିସ କ୍ରୀଷ୍ଣଗିରି ଜିଲ୍ଲାର ଏକ ଘରୋଇ ସ୍କୁଲ୍‌ ପ୍ରିନ୍ସପାଲ୍‌ ଏବଂ ୨ ଶିକ୍ଷକଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି। ଏକ ନକଲି ଏନସିସି ଶିବିରରେ ୧୩ ଜଣ ବାଳିକାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି। କ୍ରୀଷ୍ଣଗିରି ଡିଏସ୍‌ପି ପି ଥଙ୍ଗଦୁରାଇ କହିଛନ୍ତି, ସ୍କୁଲ୍‌ ପରିସର‌ରେ ଏନ୍‌ସିସି ଶିବିର ଆରମ୍ଭ ହୋଇଥିଲା। ୩ ଦିନିଆ‌ ଶିବିର ଅଗଷ୍ଟ ପ୍ରଥମ ସପ୍ତାହରେ ଆରମ୍ଭ ହୋଇଥିଲା। ଏଥିରେ ୪୧ ଜଣ ଯୋଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରେ ୧୭ ଜଣ ବାଳିକା ଥିଲେ। ଏହି ଶିବିରରେ ୧୩ ଜଣଙ୍କୁ ଯୌନ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ସ୍କୁଲ୍‌ ଅଧିକାରୀମାନେ ନକଲି ଏନସିସି ଶିବିରରେ ବାଳିକାମାନଙ୍କ ପ୍ରତି ହୋଇଥିବା ଯୌନ ଅତ୍ୟାଚାର ସଂକ୍ରାନ୍ତରେ ଜାଣି ମଧ୍ୟ କର୍ତ୍ତୃପକ୍ଷମାନଙ୍କୁ କିଛି ଜଣାଇ ନଥିଲେ।