ଅସହ୍ୟ ହେଲା ଅଧ୍ୟାପକଙ୍କ ଦୁର୍ବ୍ୟବହାର,ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ
ବାଲେଶ୍ୱର : ଚରମ ସୀମାରେ ପହଁଚିଲା ଅଧ୍ୟାପକଙ୍କ ଦୁର୍ବ୍ୟବହାର । କଲେଜ ଗେଟ ସାମ୍ନାରେ ନିଜକୁ ଜାଳିଦେଲେ ଛାତ୍ରୀ। ତାଙ୍କ ଶରୀର ୯୦ ପ୍ରତିଶତ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଏଫ୍ଏମ୍ ମହାବିଦ୍ୟାଳୟ ଗେଟ ସମ୍ମୁଖରେ । ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା […]

ବାଲେଶ୍ୱର : ଚରମ ସୀମାରେ ପହଁଚିଲା ଅଧ୍ୟାପକଙ୍କ ଦୁର୍ବ୍ୟବହାର । କଲେଜ ଗେଟ ସାମ୍ନାରେ ନିଜକୁ ଜାଳିଦେଲେ ଛାତ୍ରୀ। ତାଙ୍କ ଶରୀର ୯୦ ପ୍ରତିଶତ ଜଳିଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଏଫ୍ଏମ୍ ମହାବିଦ୍ୟାଳୟ ଗେଟ ସମ୍ମୁଖରେ । ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ବି ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ଛାତ୍ରୀଙ୍କ ପାଇଁ ସ୍ଥିତି ଅସହ୍ୟ ହେବାରୁ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ଛାତ୍ରୀ । ତେବେ ଏହି ଘଟଣା ଘଟିବା ସମୟରେ ଅଫିସ୍ କର୍ମଚାରୀ ଥିଲେ କିନ୍ତୁ କେହି ବି ବଞ୍ଚାଇବାକୁ ଚେଷ୍ଟା କଲେନି ବୋଲି ଅଭିଯୋଗ ହୋଇଛି ।
ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ । ଏହାସହ ଛାତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି କି,ଫେବର ମାଗୁଥିଲେ ଅଧ୍ୟାପକ। ନହେଲେ ଫେଲ୍ କରିଦେବେ ବୋଲି କହୁଥିଲେ। ପାସ୍ ଆଉଟ୍ କରିଦିଆଯିବନି କହି ନିର୍ଯ୍ୟାତନା ଦେଉଥିଲେ କହିଲେ ସହପାଠୀ। ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଲେ।
ଶେଷ ସୂଚନା ଅନୁସାରେ,ସହଦେଵ ଖୁଣ୍ଟା ଥାନାରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଅଟକ ରଖାଯାଇ ପଚାର ଉଚରା କରୁଛି ପୋଲିସ I ସମ୍ପୃକ୍ତ ଅଧ୍ୟାପକ ହେଉଛନ୍ତି ଏଜୁକେସନ ବିଭାଗର ସମୀର ସାହୁ I