ପୋଲ ତଳକୁ ଖସିପଡ଼ିଲା ହାଇୱା
ଦାରିଙ୍ଗବାଡି,୨୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ଅଞ୍ଚଳରେ ଏକ ପଥର ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାଇକିଆ ଅଞ୍ଚଳରୁ ସିମନବାଡି ଅଞ୍ଚଳକୁ ଏକ ହାଇୱା ପଥର ବୋଝେଇ ହୋଇ ଆସୁଥିଲା ବେଳେ ସିକକେତା-ସିମନବାଡି ରାସ୍ତାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା। ସୂଚନାଯୋଗ୍ୟ, ସିକକେତା-ସିମନବାଡି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଥିବାରୁ ଉକ୍ତ ରାସ୍ତାରେ […] The post ପୋଲ ତଳକୁ ଖସିପଡ଼ିଲା ହାଇୱା appeared first on Dharitri Odia News.
ଦାରିଙ୍ଗବାଡି,୨୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ଅଞ୍ଚଳରେ ଏକ ପଥର ବୋଝେଇ ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଚାଳକ ଗୁରୁତର ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ରାଇକିଆ ଅଞ୍ଚଳରୁ ସିମନବାଡି ଅଞ୍ଚଳକୁ ଏକ ହାଇୱା ପଥର ବୋଝେଇ ହୋଇ ଆସୁଥିଲା ବେଳେ ସିକକେତା-ସିମନବାଡି ରାସ୍ତାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା।
ସୂଚନାଯୋଗ୍ୟ, ସିକକେତା-ସିମନବାଡି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧପାନ୍ତରିଆ ହୋଇ ରହିଥିବାରୁ ଉକ୍ତ ରାସ୍ତାରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଦାବି ହେଉଛି। ଶୁକ୍ରବାର ଖବର ଲେଖା ହେବା ସମୟକୁ ହାଇୱାଟିକୁ ପୋଲ ତଳୁ ଉଠାଯାଇନାହିଁ।
The post ପୋଲ ତଳକୁ ଖସିପଡ଼ିଲା ହାଇୱା appeared first on Dharitri Odia News.