କୋରାପୁଟ ବସ୍ଷ୍ଟାଣ୍ଡରେ ଛୁରା ମାଡ଼
କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଟାଉନ୍ ଥାନାରେ ଲିଖିତ ଏତଲା ପ୍ରଦାନ କରାଯାଇଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି। The post କୋରାପୁଟ ବସ୍ଷ୍ଟାଣ୍ଡରେ ଛୁରା ମାଡ଼ appeared first on Dharitri Odia News.
କୋରାପୁଟ,୨୭।୧୧(ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଛୁରାମାଡ଼। ବସ ଟାଇମିଂକୁ ନେଇ ବୁଧବାର ଅପରାହ୍ନରେ କୋରାପୁଟ ଘରୋଇ ମାଲିକ ସଂଘ ସଭାପତି ଏସ୍. କାସିମଙ୍କୁ କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏ ନେଇ କୋରାପୁଟ ଟାଉନ୍ ଥାନାରେ ଲିଖିତ ଏତଲା ପ୍ରଦାନ କରାଯାଇଛି। ଏତଲା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଖୋଜା ଚାଲିଛି।
The post କୋରାପୁଟ ବସ୍ଷ୍ଟାଣ୍ଡରେ ଛୁରା ମାଡ଼ appeared first on Dharitri Odia News.