ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ
ଆନନ୍ଦପୁର : ଘଟିଲା ଅଘଟଣ । ଜାତୀୟ ରାଜପଥ ୨୦ ର ବିରଗୋବିନ୍ଦପୁର ନିକଟରେ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ୫ ଜଣ ଗୁରୁତର ୨ ଜଣ ଆହତ ହୋଇଛନ୍ତି । ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବାଡ଼ାରେ ପିଟି ହୋଇଯିବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା […] The post ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ appeared first on KNews Odisha.

ଆନନ୍ଦପୁର : ଘଟିଲା ଅଘଟଣ । ଜାତୀୟ ରାଜପଥ ୨୦ ର ବିରଗୋବିନ୍ଦପୁର ନିକଟରେ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ୫ ଜଣ ଗୁରୁତର ୨ ଜଣ ଆହତ ହୋଇଛନ୍ତି । ଘସିପୁରା ଥାନା ୨୦ନଂ ଜାତୀୟ ରାଜପଥ ବିରଗୋବିନ୍ଦପୁର ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ କାର୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବାଡ଼ାରେ ପିଟି ହୋଇଯିବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡେଇ ଅଞ୍ଚଳରୁ ଶରତ ଚନ୍ଦ୍ର ସାହୁ ପରିବାର ଲୋକଙ୍କ ସହ ବୁଲିବାକୁ ଯାଉଥିଲେ । ସେମାନେ ଘଟଗାଁ ମା’ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇଛି । ଏଥିରେ ୨ଜଣ ପୁରୁଷ ,୩ଜଣ ମହିଳା ୫ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣ ଶିଶୁ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।
The post ଭାରସାମ୍ୟ ହରାଇ ରାସ୍ତା କଡ଼ରେ ପିଟିହେଲା କାର, ୫ ଗୁରୁତର ୨ଆହତ appeared first on KNews Odisha.