ଯୁକ୍ତ ୩ ନାମଲେଖା ନିୟମରେ ପରିବର୍ତ୍ତନ, ବଡ଼ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪।୮: ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ହେବ ପରିବର୍ତ୍ତନ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଛାତ୍ରୀଛାତ୍ର ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ। ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ୱେବସାଇଟ ଆଉଥରେ ଖୋଲାଯାଇଛି। ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ […] The post ଯୁକ୍ତ ୩ ନାମଲେଖା ନିୟମରେ ପରିବର୍ତ୍ତନ, ବଡ଼ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ appeared first on Dharitri Odia News.

ଯୁକ୍ତ ୩ ନାମଲେଖା ନିୟମରେ ପରିବର୍ତ୍ତନ, ବଡ଼ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪।୮: ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ହେବ ପରିବର୍ତ୍ତନ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ୧ମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଛାତ୍ରୀଛାତ୍ର ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ। ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ୱେବସାଇଟ ଆଉଥରେ ଖୋଲାଯାଇଛି। ଆସନ୍ତାବର୍ଷଠୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୬ ତାରିଖ ଯାଏ ଚାଲିବ। ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଚଏସ ଲକିଂ କରିଥିବା ଛାତ୍ରଛାତ୍ରୀ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ ବୋଲି ଉଲ୍ଲେଖ ରହିଥିଲା। ମାତ୍ର ଏହି ନିୟମରେ ଏବେ ପରିବର୍ତ୍ତନ କରାଯାଇଛି।

 

The post ଯୁକ୍ତ ୩ ନାମଲେଖା ନିୟମରେ ପରିବର୍ତ୍ତନ, ବଡ଼ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ appeared first on Dharitri Odia News.