ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ,୨୨।୨: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୪) ର ୧୭ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ଟି -୨୦ ଲିଗର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ। ସିଏସକେର କମାଣ ମହେନ୍ଦ୍ର ସିଂ ଧୋନିଙ୍କ ହାତରେ। ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୧୭ଦିନ […] The post ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୨: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୪) ର ୧୭ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଏହି ଟି -୨୦ ଲିଗର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚରେ ବର୍ତ୍ତମାନର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ। ସିଏସକେର କମାଣ ମହେନ୍ଦ୍ର ସିଂ ଧୋନିଙ୍କ ହାତରେ। ଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଥମ ୧୭ଦିନ ପାଇଁ ଆଇପିଏଲ ୨୦୨୪ ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ୨୧ ଟି ମ୍ୟାଚ ଖେଳାଯିବ। ଏହାପୂର୍ବରୁ ୨୦୧୯ବର୍ଷରେ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଇପିଏଲ ଆୟୋଜିତ ହୋଇଥିଲା।
ଭାରତ ସମେତ ବିଦେଶୀ ଖେଳାଳିମାନେ ଆଇପିଏଲ ମାଧ୍ୟମରେ ଆଗାମୀ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ପ୍ରସ୍ତୁତ ହେବେ । ଚଳିତ ବର୍ଷ ଜୁନ-ଜୁଲାଇରେ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଟି -୨୦ ବିଶ୍ୱକପ ଆୟୋଜିତ ହେବ। ଚୟନକର୍ତ୍ତାମାନେ ନିଜ ନିଜ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିବେ ।
ଦ୍ରୁତ ବୋଲର ମହମ୍ମଦ ଶାମି ଆଇପିଏଲ ୨୦୨୪ରୁ ବାଦ ପଡିଛନ୍ତି। ଶାମି ବର୍ତ୍ତମାନ ଗୋଇଠିରେ ଆଘାତ ପାଇଛନ୍ତି। ଏଥିରୁ ଠିକ ହେବା ପାଇଁ ତାଙ୍କୁ ଅସ୍ତ୍ରୋପଚାର ଆବଶ୍ୟକ। ଏଭଳି ପରିସ୍ଥିତିରେ ସେ ଆଗାମୀ ଦିନରେ ବ୍ରିଟେନରେ ଅସ୍ତ୍ରୋପଚାର କରିପାରନ୍ତି। ଶାମି ପୁରା ଆଇପିଏଲ ୨୦୨୪ ସିଜନରୁ ବାହାରେ ରହିବା ଗୁଜୁରାଟ ଜିଆଣ୍ଟସ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି।
The post ଆଇପିଏଲ ୧୭ତମ ଏଡିସନ ପାଇଁ ସିଡ୍ୟୁଲ ଘୋଷଣା, ୨୨ ମାର୍ଚ୍ଚରେ ଖେଳାଯିବ ପ୍ରଥମ ମ୍ୟାଚ appeared first on Dharitri Odia News.