ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର ବଡ଼ କଲେକ୍ସନ୍‌, ଏତିକି କୋଟିରେ ହେଲା ଡିଲ୍

ମୁମ୍ଵାଇ ୦୪।୧୦: ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ କାର୍ତ୍ତିକ ଆର‌୍ୟନ ଓ ବିଦ୍ୟା ବାଲନ ଷ୍ଟାରର୍‌ ‘ଭୂଲ୍‌ ଭୁଲୈୟା-୩’ । ନିକଟରେ ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ପରେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । ଟିଜର୍‌କୁ ଦର୍ଶକୀୟ ଆଦୃତି ମିଳିଛି । ଫିଲ୍ମରେ ରାଇଜିଂ ଷ୍ଟାର୍‌ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ମୂଳ ଫିଲ୍ମରେ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ବିଦ୍ୟା ବାଲନଙ୍କୁ ଏଥିରେ ପୁଣି ଥରେ ଦେଖିବାକୁ ମିଳିବ । ଅଭିନେତ୍ରୀ ତୃପ୍ତି ଡିମରୀ ଓ ମାଧୁରୀ ଦୀକ୍ଷିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ‘ଭୂଲ୍‌ ଭୁଲୈୟା-୩’ର ବଡ଼ କଲେକ୍ସନ୍‌ ଏବେଠୁ ହେଲାଣି । ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକ ଅନୀସ ବଜ୍‌ମୀଙ୍କୁ ଅଣ-ଥିଏଟର ଡିଲ୍‌ ମିଳିଛି । ଫିଲ୍ମର ଡିଜିଟାଲ, ସାଟେଲାଇଟ୍‌ ଓ ମ୍ୟୁଜିକ୍‌ ରାଇଟ୍ସ ପାଇଁ ନିର୍ମାତା ୧୩୫ କୋଟି ଟଙ୍କାର ଡିଲ୍‌ କରିଛନ୍ତି । ଏହି ଡିଲ୍‌ ସହିତ ଫିଲ୍ମଟି ବଜେଟ୍‌ର ବଡ଼ ଅଂଶ ହାସଲ କରିସାରିଛି । ଫିଲ୍ମଟି ୧୫୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହରର୍‌-କମେଡି ଫିଲ୍ମକୁ ଦର୍ଶକ ଖୁବ୍‌ ଭଲପାଇବା ଦେଇଛନ୍ତି । ନିକଟରେ ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ ଏହାର ପ୍ରମାଣ । ‘ଭୂଲ୍‌ ଭୁଲୈୟା-୩’ ସହିତ ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ମଧ୍ୟ ମୁକ୍ତିଲାଭ କରିବ । ନିକଟରେ ଚର୍ଚ୍ଚା ହେଉଥିଲା,

ରିଲିଜ୍ ପୂର୍ବରୁ ‘ଭୁଲ୍‌ ଭୁଲେୟା-୩’ର ବଡ଼ କଲେକ୍ସନ୍‌, ଏତିକି କୋଟିରେ ହେଲା ଡିଲ୍

ମୁମ୍ଵାଇ ୦୪।୧୦: ଚଳିତ ବର୍ଷର ବହୁପ୍ରତୀକ୍ଷିତ ଫିଲ୍ମ କାର୍ତ୍ତିକ ଆର‌୍ୟନ ଓ ବିଦ୍ୟା ବାଲନ ଷ୍ଟାରର୍‌ ‘ଭୂଲ୍‌ ଭୁଲୈୟା-୩’ । ନିକଟରେ ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ପରେ ଫ୍ୟାନ୍‌ଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି । ଟିଜର୍‌କୁ ଦର୍ଶକୀୟ ଆଦୃତି ମିଳିଛି । ଫିଲ୍ମରେ ରାଇଜିଂ ଷ୍ଟାର୍‌ କାର୍ତ୍ତିକ ଆର‌୍ୟନ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ମୂଳ ଫିଲ୍ମରେ ମନୋରଞ୍ଜନର ଭରପୂର ଖୋରାକ ଦେଇଥିବା ବିଦ୍ୟା ବାଲନଙ୍କୁ ଏଥିରେ ପୁଣି ଥରେ ଦେଖିବାକୁ ମିଳିବ । ଅଭିନେତ୍ରୀ ତୃପ୍ତି ଡିମରୀ ଓ ମାଧୁରୀ ଦୀକ୍ଷିତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଥିବା ‘ଭୂଲ୍‌ ଭୁଲୈୟା-୩’ର ବଡ଼ କଲେକ୍ସନ୍‌ ଏବେଠୁ ହେଲାଣି । 

ରିପୋର୍ଟ ଅନୁସାରେ, ନିର୍ଦ୍ଦେଶକ ଅନୀସ ବଜ୍‌ମୀଙ୍କୁ ଅଣ-ଥିଏଟର ଡିଲ୍‌ ମିଳିଛି । ଫିଲ୍ମର ଡିଜିଟାଲ, ସାଟେଲାଇଟ୍‌ ଓ ମ୍ୟୁଜିକ୍‌ ରାଇଟ୍ସ ପାଇଁ ନିର୍ମାତା ୧୩୫ କୋଟି ଟଙ୍କାର ଡିଲ୍‌ କରିଛନ୍ତି । ଏହି ଡିଲ୍‌ ସହିତ ଫିଲ୍ମଟି ବଜେଟ୍‌ର ବଡ଼ ଅଂଶ ହାସଲ କରିସାରିଛି । ଫିଲ୍ମଟି ୧୫୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଛି। ଚଳିତ ବର୍ଷ ହରର୍‌-କମେଡି ଫିଲ୍ମକୁ ଦର୍ଶକ ଖୁବ୍‌ ଭଲପାଇବା ଦେଇଛନ୍ତି । 

ନିକଟରେ ମୁକ୍ତିପ୍ରାପ୍ତ ‘ସ୍ତ୍ରୀ-୨’ ଏହାର ପ୍ରମାଣ । ‘ଭୂଲ୍‌ ଭୁଲୈୟା-୩’ ସହିତ ଅଜୟ ଦେବଗନଙ୍କ ‘ସିଂଘମ୍‌ ଏଗେନ୍‌’ ମଧ୍ୟ ମୁକ୍ତିଲାଭ କରିବ । ନିକଟରେ ଚର୍ଚ୍ଚା ହେଉଥିଲା, ଅଜୟଙ୍କ ଫିଲ୍ମ ଲାଗି ୨୦୦ କୋଟିର ଅଣ-ଥିଏଟର ଡିଲ୍‌ ହୋଇଛି । ଫିଲ୍ମରେ ଅଜୟଙ୍କ ସହିତ କରୀନା କପୁର, ଦୀପିକା ପାଦୁକୋନ, ଅକ୍ଷୟ କୁମାର, ରଣବୀର ସିଂହ ଓ ଟାଇଗର ଶ୍ରଫ୍‌ ନଜର ଆସିବେ।