ସୁରକ୍ଷା ମିଳିବା ପରେ ଆନ୍ଦୋଳନରୁ ଓହରିବୁ-‘ମୋ ବସ୍’ ଆନ୍ଦୋଳନକାରୀଙ୍କ ଚେତାବନୀ
ଭୁବନେଶ୍ବର ୨/୬: ରାଜଧାନୀରେ ‘ମୋ ବସ୍’ କଣ୍ଡକ୍ଟରଙ୍କୁ ଆକ୍ରମଣ ପରେ ତୀବ୍ର ହୋଇଛି ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନରେ ସବୁ ‘ମୋ ବସ୍’କୁ ଅଟକାଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ନେଇ ଚେତବାନୀ ଦିଆଯାଇଛି । କର୍ମଚାରୀଙ୍କ ପାଇଁ CRUT କୌଣସି ସୁରକ୍ଷା ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ରବିବାର ୧୬ ନମ୍ବର ‘ମୋ ବସ୍’ କଣ୍ଡକ୍ଟରଙ୍କୁ ଜଣେ ଯାତ୍ରୀ ଆକ୍ରମଣ କରିଥିଲା । ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର ଥାନା ପୋଲିସ ।
ଭୁବନେଶ୍ବର ୨/୬: ରାଜଧାନୀରେ ‘ମୋ ବସ୍’ କଣ୍ଡକ୍ଟରଙ୍କୁ ଆକ୍ରମଣ ପରେ ତୀବ୍ର ହୋଇଛି ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନରେ ସବୁ ‘ମୋ ବସ୍’କୁ ଅଟକାଇ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର । ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବା ନେଇ ଚେତବାନୀ ଦିଆଯାଇଛି ।
କର୍ମଚାରୀଙ୍କ ପାଇଁ CRUT କୌଣସି ସୁରକ୍ଷା ବ୍ୟବସ୍ଥା କରୁନଥିବା ଅଭିଯୋଗ ହୋଇଛି । ରବିବାର ୧୬ ନମ୍ବର ‘ମୋ ବସ୍’ କଣ୍ଡକ୍ଟରଙ୍କୁ ଜଣେ ଯାତ୍ରୀ ଆକ୍ରମଣ କରିଥିଲା । ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳ ନଗର ଥାନା ପୋଲିସ ।