ଜାମିନ ପାଇଁ ହାଇକୋର୍ଟ ଗଲେ ହଂସିତା-ଅନୀଲ୍, ପୂର୍ବରୁ ଖାରଜ ହୋଇଥିଲା ଆବେଦନ

କଟକ ୦୮।୦୨ : ହାଇକୋର୍ଟର ଦ୍ୱାରସ୍ଥ ହେଲେ ହଂସିତା-ଅନୀଲ୍‌ । ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ହଂସିତା ଏବଂ ଅନୀଲ । ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ । ଏହି ହାଇପ୍ରୋଫାଇଲ୍‌ ଠକେଇ ମାମଲାରେ ଅନିଲ-ହଂସିତାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ-୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ।ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହଂସିତା-ଅନିଲ୍‌ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସ ସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।  

ଜାମିନ ପାଇଁ ହାଇକୋର୍ଟ ଗଲେ ହଂସିତା-ଅନୀଲ୍, ପୂର୍ବରୁ ଖାରଜ ହୋଇଥିଲା ଆବେଦନ

କଟକ ୦୮।୦୨ : ହାଇକୋର୍ଟର ଦ୍ୱାରସ୍ଥ ହେଲେ ହଂସିତା-ଅନୀଲ୍‌ । ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଠକ ହଂସିତା ଏବଂ ଅନୀଲ । ଇନ୍‌ଫୋସିଟି ଥାନାରେ ରୁଜୁ ହୋଇଥିବା ମାମଲାର ଜାମିନ ଆବେଦନ କରିଛନ୍ତି ଉଭୟ । 

ଏହି ହାଇପ୍ରୋଫାଇଲ୍‌ ଠକେଇ ମାମଲାରେ ଅନିଲ-ହଂସିତାଙ୍କ ଜାମିନ ଖାରଜ କରିଥିଲେ ଭୁବନେଶ୍ଵର ଏଡିଜେ-୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଶୁଣାଣି ଶେଷ ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଏଡିଜେ-୨ କୋର୍ଟରେ ଆବେଦନ କରିଥିଲା କମିଶନରେଟ ପୋଲିସ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ଲୋକଙ୍କୁ ଠକେଇ ଅଭିଯୋଗରେ କମିଶନରେଟ୍‌ ପୋଲିସ ହଂସିତା-ଅନିଲ୍‌ଙ୍କୁ ଗିରଫ କରିଥିଲା । ଏହାପରେ ଲଗାତର ୪ ଦିନ ଧରି ହଂସିତା ଏବଂ ଅନିଲଙ୍କର ବିଭିନ୍ନ ସ୍ଥାନରେ ଥିବା ବାସ ସ୍ଥାନ ଏବଂ ସଂପର୍କୀୟଙ୍କ ଘରେ ଚଢାଉ ହୋଇଥିଲା । ଏହି ଚଢାଉରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।