ନ୍ୟାଶନାଲ ହେରାଲ୍ଡ ସ୍କାମ୍ ବିରୋଧରେ ତାତିଲା ଭାଜପା
କେନ୍ଦୁଝର,୧୮ା(ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାଶନାଲ ହେରାଲ୍ଡ ସ୍କାମ୍ରେ ୬ ହଜାର କୋଟିର ଅର୍ଥ ଲୁଟ୍ରେ ସିଧାସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶୁକ୍ରବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ସହରସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସୋନିଆଏବଂ ରାହୁଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସହରର ଶହୀଦ ସଦନ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ କର୍ମୀ ବାହାରି ଲାବଣ୍ୟ ଛକ ନିକଟସ୍ଥ […] The post ନ୍ୟାଶନାଲ ହେରାଲ୍ଡ ସ୍କାମ୍ ବିରୋଧରେ ତାତିଲା ଭାଜପା appeared first on Dharitri Odia News.
କେନ୍ଦୁଝର,୧୮ା(ନରେଶ ଚନ୍ଦ୍ର ପଟ୍ଟନାୟକ): ନ୍ୟାଶନାଲ ହେରାଲ୍ଡ ସ୍କାମ୍ରେ ୬ ହଜାର କୋଟିର ଅର୍ଥ ଲୁଟ୍ରେ ସିଧାସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଶୁକ୍ରବାର ଜିଲା ଭାଜପା ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦୁଝର ସହରସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସୋନିଆଏବଂ ରାହୁଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସହରର ଶହୀଦ ସଦନ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶତାଧିକ କର୍ମୀ ବାହାରି ଲାବଣ୍ୟ ଛକ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା କଂଗ୍ରେସ ବିରୋଧରେ ନାରା ବାଜି କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ। ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଶତାଧିକ ଯୁବ କାର୍ଯ୍ୟକର୍ତ୍ତା କେନ୍ଦୁଝର ଜିଲାର ସାଧାରଣ ସମ୍ପାଦକ ତଥା ଯୁବମୋର୍ଚ୍ଚା ପ୍ରଭାରୀ ଅନୁବ୍ରତ ବେହେରା, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ପ୍ରକାଶ ମଲ୍ଲିକ, ଜିଲ୍ଲା ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା ଏବଂ ରୁଦ୍ର ପ୍ରସାଦ ବେହେରା, ଯୁବନେତା ଜିଲା ଉପସଭାପତି ଆନିଦ୍ୟ ବେହେରା, ଅଶ୍ୱିନୀ ମହାନ୍ତ, ସମ୍ପାଦକ ବିଷ୍ଣୁ ତ୍ରିପାଠୀ, ସଚ୍ଚିଦାନନ୍ଦ ବେହେରା, ରୂପେଶ ଚନ୍ଦ୍ର ରଣା, ଓବିସି ମୋର୍ଚ୍ଚା ଜିଲା ସଭାପତି ଲକ୍ଷ୍ମଣ ରାଉତ, ଅସିତ୍ ନନ୍ଦନ ମହାନ୍ତି, ନଗର ସଭାପତି ପଙ୍କଜ ଦ୍ୱିବେଦୀ, ଜଗମୋହନ କର, ସୁରଜ ବାରିକ, ଜିଲା ଉପସଭାପତି ଗୋପୀନାଥ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଶିବ କୁମାର ରାଠୋର, ଜିଲା ମିଡିଆ ସଂଯୋଜକ ବ୍ରଜକିଶୋର ରାୟଙ୍କ ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ଜିଲା ଯୁବ ନେତୃତ୍ୱମାନେ ସାମିଲ ହୋଇଥିଲେ।
The post ନ୍ୟାଶନାଲ ହେରାଲ୍ଡ ସ୍କାମ୍ ବିରୋଧରେ ତାତିଲା ଭାଜପା appeared first on Dharitri Odia News.