କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ
ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା ହୋଇଛି। ଏହି ଘୋଷଣା ପରେ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଶତାଧିକ କର୍ମୀ ବିରୋଧ କରିଛନ୍ତି। ବୁଧବାର ଏହି ନିର୍ବାଚନମଣ୍ଡଳୀର ଲମତାପୁଟଠାରେ ଶତାଧିକ କର୍ମୀ ଏକାଠି ହୋଇ ହାତରେ ବ୍ୟାନର୍ ଧରି ବିଭିନ୍ନ ନାରା ଦେଇ […] The post କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ appeared first on Dharitri Odia News.
ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା ହୋଇଛି। ଏହି ଘୋଷଣା ପରେ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଶତାଧିକ କର୍ମୀ ବିରୋଧ କରିଛନ୍ତି।
ବୁଧବାର ଏହି ନିର୍ବାଚନମଣ୍ଡଳୀର ଲମତାପୁଟଠାରେ ଶତାଧିକ କର୍ମୀ ଏକାଠି ହୋଇ ହାତରେ ବ୍ୟାନର୍ ଧରି ବିଭିନ୍ନ ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କ କୋରାପୁଟ ନିର୍ବାଚନମଣ୍ଡଳୀରେ ଯୁବ ତଥା ନୂଆ ଚେହେରା ଆବଶ୍ୟକ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ରଘୁରାମଙ୍କ ଉପରେ ଏଠାକାର ଭୋଟରଙ୍କ ଆଉ ଭରସା ନାହିଁ। ସେ ବିଗତ ଦିନରେ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ସେପରି କୌଣସି କାମ କରି ନ ଥିବା ମଙ୍ଗରାଜ ଗୁଣ୍ଠାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। ଯଦି ଦଳ ପକ୍ଷରୁ ରଘୁରାମ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ଅପସାରଣ କରା ନ ଯାଏ ତେବେ ସମସ୍ତ କର୍ମୀ ଭୋଟ୍ ବର୍ଜନ କରିବୁ,ନଚେତ୍ ଯେଉଁ ଦଳର ପ୍ରାର୍ଥୀ ଆମ ଅଞ୍ଚଳର ବିକାଶ କରିବ ତାଙ୍କୁ ଭୋଟ୍ ଦେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲଙ୍କୁ ପଚାରିବାରୁ ସେ କହିଲେ, ଗତ ପାଞ୍ଚ ବର୍ଷରେ ନିର୍ବାଚନମଣ୍ଡଳୀରେ ଯଥେଷ୍ଟ ଉନ୍ନତି ହୋଇଛି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନିଜ ସ୍ବାର୍ଥ ପାଇଁ ଏପରି କରିଥାଇପାରନ୍ତି। ଦଳର ନିଷ୍ପତ୍ତି ବିରୋଧରେ ଯାଉଥିବା କର୍ମୀ ଆଦୌ ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ପଡାଲ କହିଛନ୍ତି।
The post କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ appeared first on Dharitri Odia News.