ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ୧୦୨ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତ ଫାର୍ମାସିଷ୍ଟଙ୍କ ନାଁ ସତ୍ୟବ୍ରତ ବେହେରା(୨୮) ଏବଂ ତାଙ୍କ ଘର ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଗୁଆଲିପଡା ଗ୍ରାମରେ ଏବଂ ଗୁରୁତର ଆହତ ୧୦୨ ଚାଳକଙ୍କ ନାଁ ଗଣେଶ ପାଣ୍ତବ(୩୫) ଏବଂ ତାଙ୍କ ଘର ପିରହାଟ ଥାନା ଅଧିନ କାନପୁର […] The post ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ appeared first on Dharitri Odia News.

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ୧୦୨ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତ ଫାର୍ମାସିଷ୍ଟଙ୍କ ନାଁ ସତ୍ୟବ୍ରତ ବେହେରା(୨୮) ଏବଂ ତାଙ୍କ ଘର ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଗୁଆଲିପଡା ଗ୍ରାମରେ ଏବଂ ଗୁରୁତର ଆହତ ୧୦୨ ଚାଳକଙ୍କ ନାଁ ଗଣେଶ ପାଣ୍ତବ(୩୫) ଏବଂ ତାଙ୍କ ଘର ପିରହାଟ ଥାନା ଅଧିନ କାନପୁର ଗ୍ରାମରେ ବୋଲି ଜଣାପଡିଛି।
ସତ୍ୟବ୍ରତ ଓ ଗଣେଶ ରାତି ପ୍ରାୟ ୧୧ଟା ସମୟରେ ବାଇକ ଯୋଗେ କାନପୁରରୁ ତିହିଡି ଯାଉଥିବା ବେଳେ ଫତେପୁର ଛକରେ ରାସ୍ତା ଉପରେ ଅଟକିଥିବା ଏକ ହାଇୱାକୁ ଧକ୍କା ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ୨ଯୁବକଙ୍କୁ ତିହିଡି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ଡାକ୍ତର ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଗଣେଶଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

The post ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ appeared first on Dharitri Odia News.