ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା

ନୂଆଦିଲ୍ଲୀ ,୧୯ା୧: ଟାଟା ଗ୍ରୁପ୍ ସଫଳତାର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରୟୋଜକ ଅଧିକାର ବଜାୟ ରଖିଛି ଏବଂ ୨୦୨୮ ପର୍ଯ୍ୟନ୍ତ ଚୁକ୍ତିନାମାକୁ ବଢ଼ାଇ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଧିକାର ସୁରକ୍ଷିତ କରିଛି। ଚୁକ୍ତି ଅନୁଯାୟୀ ପ୍ରତି ସିଜିନରେ ଟାଟା ଗ୍ରୁପ୍ ୫୦୦ କୋଟି ଟଙ୍କା ପ୍ରଦାନ କରିବ। ଚାଇନା ବିରୋଧୀ କ୍ୟାମ୍ପେନ ପ୍ରଭାବରେ ଭିଭୋକୁ ଚୁକ୍ତିରୁ ବାଦ ଦେବା ପରେ ୨୦୨୨ରେ ଟାଟା ଏହି ଅଧିକାର ହାସଲ କରିଥିଲେ। ଭିଭୋ […] The post ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା appeared first on Dharitri Odia News.

ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା

ନୂଆଦିଲ୍ଲୀ ,୧୯ା୧: ଟାଟା ଗ୍ରୁପ୍ ସଫଳତାର ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟାଇଟଲ୍ ପ୍ରୟୋଜକ ଅଧିକାର ବଜାୟ ରଖିଛି ଏବଂ ୨୦୨୮ ପର୍ଯ୍ୟନ୍ତ ଚୁକ୍ତିନାମାକୁ ବଢ଼ାଇ ଆସନ୍ତା ପାଞ୍ଚ ବର୍ଷ ପାଇଁ ଏହି ଅଧିକାର ସୁରକ୍ଷିତ କରିଛି। ଚୁକ୍ତି ଅନୁଯାୟୀ ପ୍ରତି ସିଜିନରେ ଟାଟା ଗ୍ରୁପ୍ ୫୦୦ କୋଟି ଟଙ୍କା ପ୍ରଦାନ କରିବ।

ଚାଇନା ବିରୋଧୀ କ୍ୟାମ୍ପେନ ପ୍ରଭାବରେ ଭିଭୋକୁ ଚୁକ୍ତିରୁ ବାଦ ଦେବା ପରେ ୨୦୨୨ରେ ଟାଟା ଏହି ଅଧିକାର ହାସଲ କରିଥିଲେ। ଭିଭୋ ୨୦୧୮ ସିଜିନ୍ ଠାରୁ ଆରମ୍ଭ କରି ପାଞ୍ଚ ବର୍ଷର ଅବଧି ପାଇଁ ୨୧୯୯ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା।ସେହିପରି ଶେଷ ବର୍ଷରେ ଚୁକ୍ତି ଶେଷ କରିବାର ମୂଲ୍ୟ ୫୧୨ କୋଟି ଟଙ୍କା ରହିଥିଲା। ତେବେ ମହାମାରୀ ସମୟରେ ଏକ ବର୍ଷ ପାଇଁ ଅଟକି ରହିଥିବାରୁ ଶେଷରେ ଏହି ଚୁକ୍ତି ୬ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।

ଭାରତ ଏବଂ ଚାଇନା ମଧ୍ୟରେ କୂଟନୈତିକ ତିକ୍ତତା ହେତୁ ଆଇପିଏଲ୍-ଭିଭୋ ଚୁକ୍ତି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ଯାହାର ସୁଯୋଗ ନେଇ ଟାଟା ଗ୍ରୁପ୍ ୨୦୨୨ ମସିହାରେ ପାଦ ଦେଇଥିଲା ଏବଂ ଗୋଟିଏ ସିଜିନ୍ରୁ ପାଇଁ ୩୬୫ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା।

The post ଆଗାମୀ ପାଞ୍ଚ ସିଜିନ୍ ପାଇଁ ଆଇପିଏଲ୍ ଟାଇଟଲ୍ ପ୍ରାୟୋଜକ ପାଇଲା ଟାଟା appeared first on Dharitri Odia News.