ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ
କୁଆଁରମୁଣ୍ଡା,୨୪ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି। ଏହା ପରେ ବଳାତ୍କାର କରିଥିବା ଯୁବକ ଓ ତାଙ୍କ ସହଯୋଗୀ ଉକ୍ତ ପୀଡ଼ିତା ଯୁବତୀଙ୍କୁ ବୁଲେଟରେ ଆଣି ତାଙ୍କ ଘରେ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା ବେଳେ ପୀଡ଼ିତାଙ୍କ ଭାଉଜ […] The post ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ appeared first on Dharitri Odia News.
କୁଆଁରମୁଣ୍ଡା,୨୪ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁଟୁରିଖମନ ପଞ୍ଚାୟତ ଦୁମାଙ୍ଗଦିରି ଗ୍ରାମର ଜନୈକା ୨୪ ବର୍ଷୀୟା ଯୁବତୀଙ୍କୁ ଜଟିଆ ବାବା ମନ୍ଦିର ନିକଟସ୍ଥ ଜଙ୍ଗଲରେ ରାତିରେ ପ୍ରାୟ ଦେଢ଼ ଘଣ୍ଟା ଧରି ରଖି ବଳାତ୍କାର କରାଯାଇଛି। ଏହା ପରେ ବଳାତ୍କାର କରିଥିବା ଯୁବକ ଓ ତାଙ୍କ ସହଯୋଗୀ ଉକ୍ତ ପୀଡ଼ିତା ଯୁବତୀଙ୍କୁ ବୁଲେଟରେ ଆଣି ତାଙ୍କ ଘରେ ଛାଡ଼ି ପଳାଇ ଯାଇଥିଲେ। ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା ବେଳେ ପୀଡ଼ିତାଙ୍କ ଭାଉଜ ଏ ନେଇ ବୁଧବାର ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀ ବନ୍ଦନା ପାତ୍ର ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ରାଜୀବ ଲୁଗୁନ(୨୪) ଓ ତାଙ୍କ ସହଯୋଗୀ ସୀତାରାମ ଧନଓ୍ବାର(୩୨)ଙ୍କୁ ଗିରଫ କରି ବୀରମିତ୍ରପୁର ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା ଶୁକ୍ରବାର କରିବା ସହ କୋର୍ଟ ଚାଲାଣ କରିଛନ୍ତି। ବୁଧବାର ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା। ଏ ନେଇ ବୀରମିତ୍ରପୁର ଥାନାରେ ଦଫା ୩୭୬(ଡି)ରେ ଏକ ମାମଲା(୧୭୭/୨୦୨୪) ରୁଜୁ ହୋଇଥିବା ଥାନାଧିକାରିଣୀ ବନ୍ଦନା ପାତ୍ର ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ,ପୀଡ଼ିତା ଦୁମାଙ୍ଗଦିରି ଗ୍ରାମର ହୋଇଥିବା ବେଳେ ସେ କିଛି ଦିନ ହେଲା କୁଆଁରମୁଣ୍ଡାରେ ନିଜ ବଡ଼ ବାପାଙ୍କ ଘରେ ରହୁଥିଲେ। ଘଟଣା ଦିନ ସୀତାରାମ ଓ ରାଜୀବ ତାଙ୍କୁ ଫୋନ୍ରେ ଡକାଇ ଏକ ବୁଲେଟ୍ରେ ଉକ୍ତ ଜଙ୍ଗଲକୁ ନେଇ ବଳାତ୍କାର କରିବା ପରେ ପୁଣି କୁଆଁରମୁଣ୍ଡା ଆଣି ତାଙ୍କ ଘରେ ଛାଡ଼ିବା ସମୟରେ ପୀଡ଼ିତାଙ୍କୁ ତାଙ୍କ ଭାଉଜ ଦେଖି ଘଟଣା ସମ୍ପର୍କରେ ପଚାରିବା ପରେ ଥାନାରେ ଅଭିଯୋଗ କରିଥିଲେ।
The post ଜଙ୍ଗଲରେ ଯୁବତୀଙ୍କୁ ବଳାତ୍କାର: ୨ ଯୁବକ କୋର୍ଟଚାଲାଣ appeared first on Dharitri Odia News.