ଆମ୍ବ ଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
ନନ୍ଦିଘୋଷ ବ୍ୟୁରୋ: ଆମ୍ବ ଟାକୁଆ ଖାଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା... The post ଆମ୍ବ ଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ appeared first on .
ନନ୍ଦିଘୋଷ ବ୍ୟୁରୋ: ଆମ୍ବ ଟାକୁଆ ଖାଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମିଛ କହୁଛନ୍ତି ବୋଲି କହିଛନ୍ତି ମାନସ ମଙ୍ଗରାଜ। ପିଡିଏସ ଚାଉଳ ନପାଇ ଆମ୍ବ ଟାକୁଆ ଖାଉଥିଲେ ଆଦିବାସୀ। ରାଜ୍ୟ ମନ୍ତ୍ରୀମାନେ କିନ୍ତୁ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମନ୍ତ୍ରୀମାନେ ଦେଉଛନ୍ତି ମିଛ ଓ ଗୋଳମାଳିଆ ବିବୃତି। ଏହି ଘଟଣାରେ ଆଜି ଜଣେ ମନ୍ତ୍ରୀ ଆଦିବାସୀଙ୍କ ଖାଦ୍ୟାଭ୍ୟାସକୁ ଉପହାସ କରିଛନ୍ତି। ସରକାର ଏହି ଘଟଣାରେ ସତକୁ ଗ୍ରହଣ କରିବା ଉଚିତ। ଭବିଷ୍ୟତରେ ଏଭଳି ଘଟଣା ନଘଟିବା ନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ମାନସ ମଙ୍ଗରାଜ।
The post ଆମ୍ବ ଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଘଟଣା: ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ appeared first on .