କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରାପଡାବଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଇଓ ଗୋକୁଳା ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଅନ୍ୟତମ ଅତିଥି ଭାବେ ଏବିଇଓ ବନମାଳୀ ମାଝୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାରୁଶିଳା ମଲ୍ଲିକ, ଦନେକବାଡ଼ି ସିଆରସିସି ରମାକାନ୍ତ ଦିଗାଲ, କିରିକୁଟି ସିଆରସିସି ରାକେଶ ସାହୁ ଉପସ୍ଥିତ […] The post କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର appeared first on Dharitri Odia News.

କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ରାପଡାବଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଇଓ ଗୋକୁଳା ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଅନ୍ୟତମ ଅତିଥି ଭାବେ ଏବିଇଓ ବନମାଳୀ ମାଝୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚାରୁଶିଳା ମଲ୍ଲିକ, ଦନେକବାଡ଼ି ସିଆରସିସି ରମାକାନ୍ତ ଦିଗାଲ, କିରିକୁଟି ସିଆରସିସି ରାକେଶ ସାହୁ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ , ରଶ୍ମିତା ସେନାପତିଙ୍କ ନେତୃତ୍ୱରେ ଆସିଥିବା ସମସ୍ତ ବିଦ୍ୟାଳୟ ଶିକ୍ଷକ ମ୍ୟୁଜିକ୍‌ ଚେୟାର, ଜିଲାପି ଦୌଡ଼, କୁଇଜ୍‌ ଏବଂ ୧ ଶହ ମିଟର ଦୌଡ଼ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଂଯୋଜନା କରିଥିଲାବେଳେ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ।

The post କମାଲ କଲେ ଦିବ୍ୟାଙ୍ଗ ଛାତ୍ରୀଛାତ୍ର appeared first on Dharitri Odia News.