କେତେ ବିପଦଜ୍ଜନକ IPF ? ଯାହା ନେଇଗଲା ଜାକିରଙ୍କ ଜୀବନ

ନୂଆଦିଲ୍ଲୀ ୧୭/୧୨: ସମସ୍ତେ ଜାଣିଛନ୍ତି ମହାନ ତବଲା ବାଦକ ଜାକିର ହୁସେନ ଆଉ ନାହାନ୍ତି ।ତାଙ୍କ ଜୀବନ ନେଇଛି ଏକ ଗମ୍ଭୀର ରୋଗ । ସଂପୂର୍ଣ୍ଣ ଭଲ ହୋଇପାରୁନଥିବା ରୋଗର ନାମ ଇଡିଓପାଥିକ ପୁଲମୋନାରି ଫାଇବ୍ରୋସିସ (Idiopathic Pulmonary Fibrosis) ବା IPF । ଏହା ଏମିତି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏବେ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ରୋଗର କୌଣସି ମେଡିସିନ ବାହାରିନି । ଅନେକ ଲୋକ IPF ବିଷୟରେ ଉଣା ଅଧିକେ ଜାଣିଥିବେ । ଅନେକ ନୂଆ ଶୁଣୁଥିବେ । ଏବେ ଜାଣିବା ଏ ରୋଗର ଲକ୍ଷଣ କଣ ? ଆଉ ନିରାକରଣ କେମିତି କରିବେ ? IPFରେ ପୀଡିତ ହେଲେ ଧିରେ ଧିରେ ଏହା ମଣିଷର ଲଙ୍ଗସ ବା ଫୁସଫୁସରେ ଘା' ସୃଷ୍ଟି କରେ । ଫଳରେ ଦେହରେ ଅକ୍ସିଜେନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଆଉଶରୀରର ଅଙ୍ଗ ଧିରେ ଧିରେ ଅଚଳ ହେବାକୁ ଲାଗିଥାଏ । ଫଳରେ ମଣିଷକୁ ନିଶ୍ବାସ ନେବାରେ ଅସୁବିଧା ହୁଏ । ଏଥି ସହ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ । ରୋଗର ଲକ୍ଷଣ୧.ନିଶ୍ବାସ ନେବାରେ କଷ୍ଟ ଅନୁଭବ ୨.ଶୁଖିଲା କାଶ ୩.ଥକାପଣ ୪.ଓଜନ କମିଯିବା୫.ଜୋର୍‌ରେ ନିଶ୍ବାସ ନେବା । ଇଡିଓପାଥିକ ଫାଇବ୍ରୋସିସ ରୋଗର ସଠିକ କାରଣ କିଛି ନାହିଁ । ଏଥିପାଇଁ ଧୁମ୍ରପାନ,ପ୍ରଦୂଷଣକୁ ଦାୟୀ କରାଯାଉଛି । ରୋଗର ନିରାକରଣଫୁସଫୁସରେ କଣା  ହୋଇଥିବା ଜଣାପଡିବା ପରେ ଏକ୍ସ-ରେ କରାଯାଇଥାଏ । କେତେକ କ୍ଷେତ୍ରରେ ଏମ୍‌ଆରଆଇ ଓ ବାୟୋସ୍ପି ମଧ୍ୟ କରିବାକୁ ପରାମର୍ଶ ଦେଇଥ

କେତେ ବିପଦଜ୍ଜନକ IPF ?  ଯାହା ନେଇଗଲା ଜାକିରଙ୍କ ଜୀବନ

ନୂଆଦିଲ୍ଲୀ ୧୭/୧୨: ସମସ୍ତେ ଜାଣିଛନ୍ତି ମହାନ ତବଲା ବାଦକ ଜାକିର ହୁସେନ ଆଉ ନାହାନ୍ତି ।ତାଙ୍କ ଜୀବନ ନେଇଛି ଏକ ଗମ୍ଭୀର ରୋଗ । ସଂପୂର୍ଣ୍ଣ ଭଲ ହୋଇପାରୁନଥିବା ରୋଗର ନାମ ଇଡିଓପାଥିକ ପୁଲମୋନାରି ଫାଇବ୍ରୋସିସ (Idiopathic Pulmonary Fibrosis) ବା IPF । ଏହା ଏମିତି ଏକ ରୋଗ ଯାହାର କୌଣସି ସ୍ଥାୟୀ ଚିକିତ୍ସା ନାହିଁ । ଏବେ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ରୋଗର କୌଣସି ମେଡିସିନ ବାହାରିନି । ଅନେକ ଲୋକ IPF ବିଷୟରେ ଉଣା ଅଧିକେ ଜାଣିଥିବେ । ଅନେକ ନୂଆ ଶୁଣୁଥିବେ । ଏବେ ଜାଣିବା ଏ ରୋଗର ଲକ୍ଷଣ କଣ ? ଆଉ ନିରାକରଣ କେମିତି କରିବେ ? 

IPFରେ ପୀଡିତ ହେଲେ ଧିରେ ଧିରେ ଏହା ମଣିଷର ଲଙ୍ଗସ ବା ଫୁସଫୁସରେ ଘା' ସୃଷ୍ଟି କରେ । ଫଳରେ ଦେହରେ ଅକ୍ସିଜେନ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ । ଆଉଶରୀରର ଅଙ୍ଗ ଧିରେ ଧିରେ ଅଚଳ ହେବାକୁ ଲାଗିଥାଏ । ଫଳରେ ମଣିଷକୁ ନିଶ୍ବାସ ନେବାରେ ଅସୁବିଧା ହୁଏ । ଏଥି ସହ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ । 

ରୋଗର ଲକ୍ଷଣ

୧.ନିଶ୍ବାସ ନେବାରେ କଷ୍ଟ ଅନୁଭବ ୨.ଶୁଖିଲା କାଶ ୩.ଥକାପଣ ୪.ଓଜନ କମିଯିବା୫.ଜୋର୍‌ରେ ନିଶ୍ବାସ ନେବା । ଇଡିଓପାଥିକ ଫାଇବ୍ରୋସିସ ରୋଗର ସଠିକ କାରଣ କିଛି ନାହିଁ । ଏଥିପାଇଁ ଧୁମ୍ରପାନ,ପ୍ରଦୂଷଣକୁ ଦାୟୀ କରାଯାଉଛି । 

ରୋଗର ନିରାକରଣ

ଫୁସଫୁସରେ କଣା  ହୋଇଥିବା ଜଣାପଡିବା ପରେ ଏକ୍ସ-ରେ କରାଯାଇଥାଏ । କେତେକ କ୍ଷେତ୍ରରେ ଏମ୍‌ଆରଆଇ ଓ ବାୟୋସ୍ପି ମଧ୍ୟ କରିବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର ।  ଆଣ୍ଟି ଫାଇବ୍ରୋଟିକ ମେଡିସିନ ଘା ଭଲ ହେବାକୁ ଦିଆଯାଇଥାଏ । ବ୍ୟାୟାମ କରିବାକୁ କୁହାଯାଇଥାଏ । ଶ୍ବାସକ୍ରିୟା ଠିକରେ ଚାଲିବାକୁ ଅକ୍ସିଜେନ ଦିଆଯାଇଥାଏ । ବେଶୀ ଗୁରୁତର ରୋଗୀଙ୍କୁ ଯକୃତ ପ୍ରତ୍ୟାରୋପଣ ପାଇଁ କୁହାଯାଇଥାଏ । ଏହା ସଫଳ ହେଲେ ରୋଗୀର ଜୀବନ ବଞ୍ଚିଯାଇଥାଏ । ଫେଲ୍‌ ହେଲେ ମୃତ୍ୟୁମୁଖରେ ପଡିବା ସୁନିଶ୍ଚିତ । ତେବେ ଏହି ଯକୃତ ପ୍ରତ୍ୟାରୋପଣ ମହଙ୍ଗା ହୋଇଥିବାରୁ ସମସ୍ତେ ଏହା କରିପାରିନଥାନ୍ତି । 

କିଛିଦିନ ତଳେ ଜାକିରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।

୩ଥର ଗ୍ରାମି ପୁରସ୍କାର ପାଇଥିଲେ ସେ। ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ ଉସ୍ତାଦ ଜାକିର ହୁସେନ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ୨୦୨୩ରେ ପଦ୍ମ ବିଭୂଷଣ ପ୍ରଦାନ କରିଥିଲେ। ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ୍ ଆଣ୍ଡୋମେଣ୍ଟ ଫର୍ ଦି ଆର୍ଟ୍ସ ପକ୍ଷରୁ ନ୍ୟାସନାଲ୍ ହେରିଟେଜ୍ ଫେଲୋଶିପ୍ ପ୍ରଦାନ କରାଯାଇଥିଲା। ତାଙ୍କୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ।

୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ। ତାଙ୍କ ପିତା ଉସ୍ତାଦ୍ ଆଲ୍ଲା ରାଖା ମଧ୍ୟ ଦେଶର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ପିତାଙ୍କ ପଥ ଅନୁସରଣ କରି ଉସ୍ତାଦ୍ ଜାକିର ହୁସେନ୍ ସଙ୍ଗୀତକୁ ତାଙ୍କ କ୍ୟାରିୟର ଭାବରେ ବାଛିଥିଲେ ଏବଂ ଏହାକୁ ମଧ୍ୟ ତାଙ୍କ ଜୀବନର ବ୍ରତ କରିଥିଲେ। ଜାକିର ହୁସେନ୍ ବହୁତ କମ ବୟସରୁ ତବଲା ଶିଖିବା ଆରମ୍ଭ କରିଥିଲେ। ତାଙ୍କ ପିତା ହିଁ ତାଙ୍କର ପ୍ରଥମ ଗୁରୁ ଥିଲେ, ଯାହାଙ୍କ ପାଖରୁ ସେ କେବଳ ୧୧ ବର୍ଷ ବୟସରେ ତବଲା ତାଲିମ ନେଇଥିଲେ। ଜାକିର ହୁସେନଙ୍କ ବିୟୋଗ ସମଗ୍ର କଳା ଜଗତ ପାଇଁ ଅପୂରଣୀୟ କ୍ଷତି ଏଥିରେ ସନ୍ଦେହ ନାହିଁ ।