ଆଇଫୋନ୍‌ ନୁହେଁ, ବିବାହ ନିମନ୍ତ୍ରଣ କାର୍ଡ

ବିଶାଖାପାଟଣା: ସମ୍ପ୍ରତି ବିବାହ ପାଇଁ ଫ୍ୟାନ୍ସି ଏବଂ କଷ୍ଟୋମାଇଜ୍‌ଡ୍‌ ନିମନ୍ତ୍ରଣ କାର୍ଡର ବେଶ୍‌ ଚାହିଦା ରହିଛି। ଏହି ଧାରାକୁ ଅନୁସରଣ କରି ବିଶାଖାପାଟଣାର ଏକ ପ୍ରେମୀ ଯୁଗଳ ନିଜ ବିବାହ କାର୍ଡକୁ ଏକ ସ୍ବତନ୍ତ୍ର ଉପାୟରେ ପ୍ରସ୍ତୁତ କରିଛନ୍ତି। ଏକ ନିଆରା ଆଇଫୋନ୍‌ ଥିମ୍‌ ସହ ଏହି ଯୋଡ଼ି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ତିଆରି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଲକ୍ଷ୍ମଣ ୱେଡିଂ କାର୍ଡ୍‌ସ ପକ୍ଷରୁ ଏହାର ଏକ […] The post ଆଇଫୋନ୍‌ ନୁହେଁ, ବିବାହ ନିମନ୍ତ୍ରଣ କାର୍ଡ appeared first on Dharitri Odia News.

ଆଇଫୋନ୍‌ ନୁହେଁ, ବିବାହ ନିମନ୍ତ୍ରଣ କାର୍ଡ

ବିଶାଖାପାଟଣା: ସମ୍ପ୍ରତି ବିବାହ ପାଇଁ ଫ୍ୟାନ୍ସି ଏବଂ କଷ୍ଟୋମାଇଜ୍‌ଡ୍‌ ନିମନ୍ତ୍ରଣ କାର୍ଡର ବେଶ୍‌ ଚାହିଦା ରହିଛି। ଏହି ଧାରାକୁ ଅନୁସରଣ କରି ବିଶାଖାପାଟଣାର ଏକ ପ୍ରେମୀ ଯୁଗଳ ନିଜ ବିବାହ କାର୍ଡକୁ ଏକ ସ୍ବତନ୍ତ୍ର ଉପାୟରେ ପ୍ରସ୍ତୁତ କରିଛନ୍ତି। ଏକ ନିଆରା ଆଇଫୋନ୍‌ ଥିମ୍‌ ସହ ଏହି ଯୋଡ଼ି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ ତିଆରି କରିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଲକ୍ଷ୍ମଣ ୱେଡିଂ କାର୍ଡ୍‌ସ ପକ୍ଷରୁ ଏହାର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି।
୩ଟି ପୃଷ୍ଠାକୁ ନେଇ ଏକ ବୁକ୍‌ଲେଟ୍‌ ଷ୍ଟାଇଲ୍‌ ଲେ-ଆଉଟ୍‌ ସହ ଉକ୍ତ କାର୍ଡର ଡିଜାଇନ୍‌ କରାଯାଇଛି। ବିବାହ ହେବାକୁ ଥିବା ଯୋଡ଼ିଙ୍କ ଫଟୋ କଭର ପୃଷ୍ଠାର ବ୍ୟାକ୍‌ଗ୍ରାଉଣ୍ଡ ଭାବରେ ଦେଖିବାକୁ ମିଳିଛି। ଏହାକୁ ଏପରି ଭାବେ ଡିଜାଇନ୍‌ କରାଯାଇଛି, ଯେପରି ଏକ ଆଇଫୋନ୍‌ର ୱାଲ୍‌ପେପର୍‌ରେ କନ୍ୟା ଓ ବରଙ୍କ ଫଟୋ ରହିଛି। ଉକ୍ତ ନିମନ୍ତ୍ରଣ କାର୍ଡର ଭିତର ପୃଷ୍ଠାରେ ହ୍ବାଟ୍ସଆପ୍‌ ଚାଟ୍‌ ବ୍ୟାକ୍‌ଗ୍ରାଉଣ୍ଡ ସହ ଭେନ୍ୟୁ ବିବରଣୀକୁ ଅତି ସୁନ୍ଦର ଓ କୌତୂହଳପୂର୍ଣ୍ଣ ଭାବରେ ସ୍ଥାନିତ କରାଯାଇଛି। ସେହିପରି ଏହି ନିମନ୍ତ୍ରଣ କାର୍ଡର ‘ବ୍ୟାକ୍‌ କଭର୍‌’ରେ ଏକ ଚମତ୍କାର କ୍ୟାମେରା ଡିଜାଇନ ସହ ୩-ଡି ଇଫେକ୍ଟ ମଧ୍ୟ ରହିଛି।

The post ଆଇଫୋନ୍‌ ନୁହେଁ, ବିବାହ ନିମନ୍ତ୍ରଣ କାର୍ଡ appeared first on Dharitri Odia News.