ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେବେ ପଡୁଛି ଆଉ କ’ଣ ରହିବ ପ୍ରଭାବ
ନୂତନ ବର୍ଷରର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଲାଗିବାକୁ ଯାଉଛି । ତେବେ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୋଇଥାଏ । ଏଥର ଚନ୍ଦ୍ରଗ୍ରହଣ ଦୋଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । ତେବେ ଏହି ଦିନର ଶୁଭ ସମୟରେ ହୋଲି ପର୍ବ ପାଳନ କରାଯାଏ । ଏଥର ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ କିପରି ପାଳନ ହେବ, ତାକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ତେବେ ସୂଚନା ଅନୁସାରେ, ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ ପ୍ରଭାବିତ […] The post ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେବେ ପଡୁଛି ଆଉ କ’ଣ ରହିବ ପ୍ରଭାବ appeared first on KNews Odisha.

ନୂତନ ବର୍ଷରର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଲାଗିବାକୁ ଯାଉଛି । ତେବେ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୋଇଥାଏ । ଏଥର ଚନ୍ଦ୍ରଗ୍ରହଣ ଦୋଳ ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । ତେବେ ଏହି ଦିନର ଶୁଭ ସମୟରେ ହୋଲି ପର୍ବ ପାଳନ କରାଯାଏ । ଏଥର ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ କିପରି ପାଳନ ହେବ, ତାକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ତେବେ ସୂଚନା ଅନୁସାରେ, ଚନ୍ଦ୍ରଗ୍ରହଣ ଯୋଗୁ ହୋଲିର ପର୍ବ ପ୍ରଭାବିତ ହେବ ନାହିଁ । ତାହେଲେ ଆସନ୍ତୁ ଜାଣିବା ଯେ ଚନ୍ଦ୍ରଗ୍ରହଣ ଲାଗିବାର ସମୟ କ’ଣ ରହିଛି ଏବଂ ଚନ୍ଦ୍ରଗ୍ରହଣର ପାକ ତ୍ୟାଗ ସମୟ କେବେ ହେବ ?
ଏଥର ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ରେ ଲାଗିବାକୁ ଯାଉଛି । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଆମ ଦେଶ ଭାରତରେ ଦେଖାଯିବ ନାହିଁ । ଆମ ଦେଶରେ ଏହାର ପ୍ରଭାବ ରହିବ ନାହିଁ । ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସକାଳ ୧୦,୨୪ରୁ ଆରମ୍ଭ ହେବ ଏବଂ ରାତି ୦୩,୦୧ ସମୟରେ ଏହା ଶେଷ ସ୍ପର୍ଶ କରିବ । ଏହାର ପରମଗ୍ରାସ ସମୟ ହେଉଛିି ରାତି ୧୨,୪୩ ମିନିଟ୍ । ଚନ୍ଦ୍ରଗ୍ରହଣ ଦିନ ଚନ୍ଦ୍ର ଉଦୟ ସମୟ ହେଉଛି ସନ୍ଧ୍ୟା ୦୬,୪୪ ମିନିଟ୍ ସମୟ ।
ଚନ୍ଦ୍ରଗ୍ରହଣର ପାକ ତ୍ୟାଗ ଅବଧି ଚନ୍ଦ୍ରଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ । ତେବେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏଠାରେ ପାକ ତ୍ୟାଗ ଅବଧି ପାଳନ କରାଯିବ ନାହିଁ ।
ତେବେ ହୋଲି ଦିନ ପ୍ରଥମ ଚନ୍ଦ୍ରଗ୍ରହଣ ଆୟର୍ଲାଣ୍ଡ, ଇଂଲଣ୍ଡ, ସ୍ପେନ୍, ପର୍ତ୍ତୁଗାଲ, ହଲାଣ୍ଡ, ବେଲଜିୟମ, ନାରୱେ, ସ୍ୱିଜରଲ୍ୟାଣ୍ଡ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ଆମେରିକା, ଜାପାନ, ରୁଷ, ଅଷ୍ଟ୍ରେଲିଆ, ଆଫ୍ରିକା, ପ୍ରଶାନ୍ତ, ଆଟଲାଣ୍ଟିକ୍, ଆର୍କଟିକ୍ ଭଳି ଅନେକ ସ୍ଥାନରେ ଏହି ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।
ଏହି ବର୍ଷ ସେଠାରେ ହୋଲି ମାର୍ଚ୍ଚ ୨୪ରେ ପାଳନ କରାଯିବ । କିନ୍ତୁ ହୋଲି ମାର୍ଚ୍ଚ ୨୫ରେ ପଡୁଛି, ତେବେ ସେହି ଦିନ ଚନ୍ଦ୍ରଗ୍ରହଣର ମଧ୍ୟ ରହିଛି । ଏପରି ପରିସ୍ଥିତିରେ ଭାରତରେ ଏହି ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ରହିବ ନାହିଁ । ସେଥିପାଇଁ ଭାରତରେ ହୋଲି ଉତ୍ସବ ପାଳନ କରାଯିବ । ଏହା ଉପରେ ଚନ୍ଦ୍ରଗ୍ରହଣର କୌଣସି ପ୍ରଭାବ ପଡ଼ିବ ନାହିଁ । ସେଥିପାଇଁ ଭାରତର ଲୋକମାନେ ଖୁବ୍ ଧୁମ୍ ଧାମ୍ରେ ହୋଲି ପର୍ବ ପାଳନ କରିପାରିବେ ।
The post ମାର୍ଚ୍ଚ ମାସରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେବେ ପଡୁଛି ଆଉ କ’ଣ ରହିବ ପ୍ରଭାବ appeared first on KNews Odisha.