ବିବାହ ବେଦୀରେ ସାଥୀ ହୋଇ ଚାଲିବାର କଥା ଦେଲେ, ହେଲେ ପିଲା ଜନ୍ମ ପରେ ଛାଡି ଚାଲିଗଲେ OAS ସ୍ୱାମୀ
ଭୁବନେଶ୍ୱର ୩୧/୦୭: ଧୂମ୍ଧାମ୍ରେ ବିବାହ ହେଲା । ବେଦୀରେ ସାତ ଫେରା ନେବାବେଳେ କଥା ଦେଲେ ସ୍ୱାମୀ । ସାତ ଜନମର ସାଥୀ ହେବି । ସବୁ ଦୁଃଖ ବୁଝିବି । ମୃତ୍ୟୁ ପର୍ଯ୍ୟନ୍ତ ସାଥୀ ହୋଇ ଚାଲିବା । ବିବାହର ବର୍ଷକ ପରେ ପୁଅ ଟିଏ ହେଲା । ହେଲେ କଣ ହେଲା କେଜାଣି । ହାତ ଛାଡି ଦେଲେ ସ୍ୱାମୀ । ବର୍ଷକର ବିବାହରେ ସ୍ତ୍ରୀକୁ ପର କରିଦେଲେ ଓଏଏସ୍ ବାବୁ । ଏମିତିକି ହସ୍ପିଟାଲ ବେଡ୍ରେ କୁନି ପିଲା ଓ ମାଆକୁ ଛାଡି ଚାଲିଗଲେ ସରକାରୀ ବାବୁ ଜଣଙ୍କ । ଏମିତି ଅଭିଯୋଗ କରି ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ଅର୍ଚନା ଦାସ । ଆଉ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛନ୍ତି OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚନା ଦାସଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ଦେଉଛନ୍ତି ନିର୍ଯାତନା । ଏମିତିକି ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବେ ପରିତ୍ୟାଗ କରିଛନ୍ତି । ଅଭିଯୋଗକାରିଣୀ ଅର୍ଚନା ଦାସ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଉଭୟଙ୍କ ଘର ଭୁବନେଶ୍ୱର। ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା। କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା। ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର।
ଭୁବନେଶ୍ୱର ୩୧/୦୭: ଧୂମ୍ଧାମ୍ରେ ବିବାହ ହେଲା । ବେଦୀରେ ସାତ ଫେରା ନେବାବେଳେ କଥା ଦେଲେ ସ୍ୱାମୀ । ସାତ ଜନମର ସାଥୀ ହେବି । ସବୁ ଦୁଃଖ ବୁଝିବି । ମୃତ୍ୟୁ ପର୍ଯ୍ୟନ୍ତ ସାଥୀ ହୋଇ ଚାଲିବା । ବିବାହର ବର୍ଷକ ପରେ ପୁଅ ଟିଏ ହେଲା । ହେଲେ କଣ ହେଲା କେଜାଣି । ହାତ ଛାଡି ଦେଲେ ସ୍ୱାମୀ । ବର୍ଷକର ବିବାହରେ ସ୍ତ୍ରୀକୁ ପର କରିଦେଲେ ଓଏଏସ୍ ବାବୁ । ଏମିତିକି ହସ୍ପିଟାଲ ବେଡ୍ରେ କୁନି
ପିଲା ଓ ମାଆକୁ ଛାଡି ଚାଲିଗଲେ ସରକାରୀ ବାବୁ ଜଣଙ୍କ ।
ଏମିତି ଅଭିଯୋଗ କରି ମହିଳା ଥାନା ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ଅର୍ଚନା ଦାସ । ଆଉ ଅଭିଯୁକ୍ତ ସ୍ୱାମୀ ଜଣଙ୍କ ହେଉଛନ୍ତି OSDMAରେ କାର୍ଯ୍ୟରତ DGM ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚନା ଦାସଙ୍କ ଅଭିଯୋଗ ଅନୁଯାୟୀ ସ୍ୱାମୀ, ଶାଶୁ ଓ ନଣନ୍ଦଙ୍କ ଦେଉଛନ୍ତି ନିର୍ଯାତନା । ଏମିତିକି ସ୍ତ୍ରୀ ଓ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଛାକୃତ ଭାବେ ପରିତ୍ୟାଗ କରିଛନ୍ତି ।
ଅଭିଯୋଗକାରିଣୀ ଅର୍ଚନା ଦାସ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି। ଉଭୟଙ୍କ ଘର ଭୁବନେଶ୍ୱର। ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା। କିନ୍ତୁ ବାହାଘରର କିଛି ମାସ ପରେ ତାଙ୍କୁ ଶାଶୁ ଘର ପରିବାର ପକ୍ଷରୁ ନିର୍ଯାତନା ଦିଆଯାଉଥିଲା।
ଆଉ ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ ସାର୍ଥକ ସୌରଭ ମହାପାତ୍ର। ଶେଷରେ ନିଜେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଆସିଲେ। ଶିଶୁ ଜନ୍ମହେବାର ୩ ମାସ ହୋଇଯାଇଥିଲେ ମଧ୍ୟ ତାକୁ କିମ୍ବା ସ୍ତ୍ରୀଙ୍କୁ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି।