ଏମିତି ଜଣେ ମୋଗଲ ଶାସକ, ପ୍ରତିଦିନ ପିଉଥିଲେ ଗଙ୍ଗାଜଳ

ନୂଆଦିଲ୍ଲୀ ୨୪।୦୩: ଦୁନିଆର ସବୁଠାରୁ ପବିତ୍ର ନଦୀ ଗଙ୍ଗାନଦୀ । ଭାରତରେ ଗଙ୍ଗା ନଦୀକୁ ମା’ବୋଲି ସମ୍ଭୋଧନ କରିଥାନ୍ତି । ଧାର୍ମିକ ବିଶ୍ୱାସ ରହିଛି ଗଙ୍ଗା ନଦୀରେ ଗାଧୋଇଲେ ସମସ୍ତ ପାପ ଧୋଇଯାଏ ।  କୁହାଯାଏ ଗଙ୍ଗା ପାଣି ପିଇବା ଦ୍ୱାରା ଅନେକ ମାନବ ରୋଗ ଭଲ ହୋଇଥାଏ।ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସମ୍ମାନ କରନ୍ତି । ସବୁଠାରୁ ବଡ କଥା ହେଉଛି ମୋଗଲ ଶାସକମାନେ ଗଙ୍ଗା ନଦୀର ଜଳକୁ ପବିତ୍ର ବୋଲି ବିବେଚନା କରୁଥିଲେ। ଜଣେ ମୋଗଲ ଶାସକ ଏପରି ଥିଲେ ଯିଏକି ସବୁବେଳେ ଗଙ୍ଗା ନଦୀର ଜଳ ପିଉଥିଲେ । ଆଉ ଗଙ୍ଗା ଜଳକୁ ସ୍ୱର୍ଗର ଜଳ ଭାବରେ ବିବେଚନା କରୁଥିଲେ। ଏହି ମୋଗଲ ହେଉଛନ୍ତି ଆକବର । ଯେତେବେଳେ ମୋଗଲ ଶାସକ ଆକବର ଆଗ୍ରା ଏବଂ ଫତେହପୁର ସିକ୍ରିରେ ରହୁଥିଲେ, ସେତେବେଳେ ତାଙ୍କ ପିଇବା ପାଇଁ ୟୁପିର ସୋରୋରୁ ଗଙ୍ଗା ଜଳ ଅଣାଯାଉଥିଲା । ଯେତେବେଳେ ଆକବର ଲାହୋରକୁ ରାଜଧାନୀ କଲେ ସେତେବେଳେ ଆକବରଙ୍କ ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ପିଇବା ପାଇଁ ଯାଉଥିଲା ।  ଏକ ରିପୋର୍ଟ ଅନୁଯାୟୀ, ଆକବର ମହଲରେ ରହିବା ବେଳେ ହୁଅନ୍ତୁ କିମ୍ବା ଯାତ୍ରା ସମୟରେ କେବଳ ଗଙ୍ଗା ପାଣି ପିଉଥିଲେ । ସେ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କୁ ଗଙ୍ଗା ଜଳ ଆଣିବା ପାଇଁ ନଦୀକୂଳରେ ନିୟୋଜିତ କରିଥିଲେ । ଆକବର ପାଇଁ ଏକ ବନ୍ଦପାତ୍ରରେ ପାଣି ଅଣାଯାଏ । ଯେମିତିକି ଏଥିରେ କୌଣସି ବିଷ ମିଶା ଯାଇପାରିବନି । ଆକବର ପାଇଁ ଯେଉଁ ଖା

ଏମିତି ଜଣେ ମୋଗଲ ଶାସକ, ପ୍ରତିଦିନ ପିଉଥିଲେ ଗଙ୍ଗାଜଳ

ନୂଆଦିଲ୍ଲୀ ୨୪।୦୩: ଦୁନିଆର ସବୁଠାରୁ ପବିତ୍ର ନଦୀ ଗଙ୍ଗାନଦୀ । ଭାରତରେ ଗଙ୍ଗା ନଦୀକୁ ମା’ବୋଲି ସମ୍ଭୋଧନ କରିଥାନ୍ତି । ଧାର୍ମିକ ବିଶ୍ୱାସ ରହିଛି ଗଙ୍ଗା ନଦୀରେ ଗାଧୋଇଲେ ସମସ୍ତ ପାପ ଧୋଇଯାଏ ।  କୁହାଯାଏ ଗଙ୍ଗା ପାଣି ପିଇବା ଦ୍ୱାରା ଅନେକ ମାନବ ରୋଗ ଭଲ ହୋଇଥାଏ।

ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଗଙ୍ଗା ନଦୀକୁ ସମ୍ମାନ କରନ୍ତି । ସବୁଠାରୁ ବଡ କଥା ହେଉଛି ମୋଗଲ ଶାସକମାନେ ଗଙ୍ଗା ନଦୀର ଜଳକୁ ପବିତ୍ର ବୋଲି ବିବେଚନା କରୁଥିଲେ। ଜଣେ ମୋଗଲ ଶାସକ ଏପରି ଥିଲେ ଯିଏକି ସବୁବେଳେ ଗଙ୍ଗା ନଦୀର ଜଳ ପିଉଥିଲେ । ଆଉ ଗଙ୍ଗା ଜଳକୁ ସ୍ୱର୍ଗର ଜଳ ଭାବରେ ବିବେଚନା କରୁଥିଲେ। ଏହି ମୋଗଲ ହେଉଛନ୍ତି ଆକବର ।

 

ଯେତେବେଳେ ମୋଗଲ ଶାସକ ଆକବର ଆଗ୍ରା ଏବଂ ଫତେହପୁର ସିକ୍ରିରେ ରହୁଥିଲେ, ସେତେବେଳେ ତାଙ୍କ ପିଇବା ପାଇଁ ୟୁପିର ସୋରୋରୁ ଗଙ୍ଗା ଜଳ ଅଣାଯାଉଥିଲା । ଯେତେବେଳେ ଆକବର ଲାହୋରକୁ ରାଜଧାନୀ କଲେ ସେତେବେଳେ ଆକବରଙ୍କ ପାଇଁ ହରିଦ୍ୱାରରୁ ଗଙ୍ଗାଜଳ ପିଇବା ପାଇଁ ଯାଉଥିଲା ।  


ଏକ ରିପୋର୍ଟ ଅନୁଯାୟୀ, ଆକବର ମହଲରେ ରହିବା ବେଳେ ହୁଅନ୍ତୁ କିମ୍ବା ଯାତ୍ରା ସମୟରେ କେବଳ ଗଙ୍ଗା ପାଣି ପିଉଥିଲେ । ସେ ତାଙ୍କର ସବୁଠାରୁ ବିଶ୍ୱସ୍ତ ଲୋକଙ୍କୁ ଗଙ୍ଗା ଜଳ ଆଣିବା ପାଇଁ ନଦୀକୂଳରେ ନିୟୋଜିତ କରିଥିଲେ । ଆକବର ପାଇଁ ଏକ ବନ୍ଦପାତ୍ରରେ ପାଣି ଅଣାଯାଏ । ଯେମିତିକି ଏଥିରେ କୌଣସି ବିଷ ମିଶା ଯାଇପାରିବନି । 

ଆକବର ପାଇଁ ଯେଉଁ ଖାଦ୍ୟ ପ୍ରସ୍ତୁତ କରାଯାଏ ସେଥିପାଇଁ ଯମୁନା ଏବଂ ଚେନାବ ନଦୀରୁ ଜଳ ଆସିଥାଏ । କିନ୍ତୁ ଏଥିରେ ଗଙ୍ଗା ଜଳ ମଧ୍ୟ ନିଶ୍ଚିତ ଭାବରେ ମିଶାଯାଉଥିଲା । ଆକବର ପୂର୍ବରୁ ବାବର ଏବଂ ହୁମାୟୁନ ଗଙ୍ଗା ଜଳକୁ ପସନ୍ଦ କରୁଥିଲେ । ସେ ଗଙ୍ଗାଜଳକୁ ଆବା-ଏ-ହୟାତ୍ ଅର୍ଥାତ୍ ସ୍ୱର୍ଗର ଜଳ ବୋଲି ବିବେଚନା କରୁଥିଲେ । 

ତେବେ ମୋଗଲ ଶାସକମାନେ ଗଙ୍ଗା ଜଳ ପିଇବାର ଅନେକ କାରଣ କହିଥାନ୍ତି । କିଛି ଲୋକ କହିଥାନ୍ତି କି ଗଙ୍ଗା ନଦୀର ଜଳକୁ ଦୀର୍ଘ ସମୟ ଯାଏଁ ଗଚ୍ଛିତ ରଖାଯାଇଥାଏ । ଏହାର କାରଣ ହେଉଛି ଗଙ୍ଗାଜଳରେ କୌଣସି ଜୀବାଣୁ ହୋଇନଥାନ୍ତି ।