ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ସର୍ବ ପୁରାତନ ମୂର୍ତ୍ତି ମଧ୍ୟରେ ଏହା ଅନ୍ୟତମ । ଭୁବନେଶ୍ୱରରୁ କଳାକାରମାନେ ଦିଲ୍ଲୀ ଆସି ତିନି ବିଗ୍ରହଙ୍କ ବନକ ଲାଗି କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶହଶହ ଭକ୍ତ ଏବଂ ଓଡ଼ିଶା ନିବାସ ଓ ଭବନର କର୍ମଚାରୀଙ୍କ ଗହଣରେ ମନ୍ତ୍ର ଉଚ୍ଚାରଣ ଓ ହୋମ […] The post ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ appeared first on KNews Odisha.

ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ
DELHI JAGANNATH

ନୂଆଦିଲ୍ଲୀ (କେନ୍ୟୁଜ୍‌) : ଦିଲ୍ଲୀର ଚାଣକ୍ୟପୁରୀ ସ୍ଥିତ ଓଡ଼ିଶା ନିବାସରେ ପୂଜା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହି ବିଗ୍ରହମାନଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହୋଇଛି । ଦିଲ୍ଲୀରେ ସର୍ବ ପୁରାତନ ମୂର୍ତ୍ତି ମଧ୍ୟରେ ଏହା ଅନ୍ୟତମ । ଭୁବନେଶ୍ୱରରୁ କଳାକାରମାନେ ଦିଲ୍ଲୀ ଆସି ତିନି ବିଗ୍ରହଙ୍କ ବନକ ଲାଗି କରିଥିଲେ । ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶହଶହ ଭକ୍ତ ଏବଂ ଓଡ଼ିଶା ନିବାସ ଓ ଭବନର କର୍ମଚାରୀଙ୍କ ଗହଣରେ ମନ୍ତ୍ର ଉଚ୍ଚାରଣ ଓ ହୋମ ଯଜ୍ଞ ସହ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ପୁନଃ ପ୍ରତିଷ୍ଠା କରାଯାଇଥିଲା ।

ଆଗାମୀ ରଥଯାତ୍ରା ପୂର୍ବରୁ ନୂଆ ରୂପ ନେଇଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ । ଭକ୍ତିମୟ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜା ସମ୍ପନ୍ନ ହେବା ପରେ ଭକ୍ତମାନେ ପ୍ରସାଦ ଗ୍ରହଣ କରିଥିଲେ । ଏହି ଅବସରରେ ରେସିଡେଣ୍ଟ କମିଶନର ରବିକାନ୍ତ ଏବଂ ଯୁଗ୍ମ କମିଶନର ସୁଧାଂଶୁ ଭୂଷଣ ମହାନ୍ତି ଉପସ୍ଥିତ ଥିଲେ ।…

THAKURA-3

The post ଦିଲ୍ଲୀ ଚାଣକ୍ୟପୁରୀ ଓଡ଼ିଶା ନିବାସ ଜଗନ୍ନାଥ ବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ appeared first on KNews Odisha.