ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଚେତା ବୁଡି ଯାଉଛି ସ୍ତ୍ରୀଙ୍କର । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟି ପଡୁଛି । ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଯବାନ ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ସଭିଏଁ ଗଭୀର ଭାବେ ମର୍ମାହତ । ଧର୍ଯ୍ୟହରା ହୋଇ ପଡ଼ୁଛନ୍ତି ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । ଜମ୍ମୁ-କାଶ୍ମୀର ପୁଞ୍ଚରେ […] The post ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’ appeared first on KNews Odisha.

ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’

କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଚେତା ବୁଡି ଯାଉଛି ସ୍ତ୍ରୀଙ୍କର । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟି ପଡୁଛି । ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଯବାନ ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ସଭିଏଁ ଗଭୀର ଭାବେ ମର୍ମାହତ । ଧର୍ଯ୍ୟହରା ହୋଇ ପଡ଼ୁଛନ୍ତି ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ ସମୟରେ ଭାରତୀୟ ସେନାର ଜଣେ ସୈନିକ ସହିଦ ହୋଇଛନ୍ତି । ଯବାନ ସହିଦ ହେବା ଖବର ଶୁଣିବା ପରେ ତାଙ୍କ ଘରେ ଏମିତି ଦୁଃଖଦ ସ୍ଥିତି ଦେଖିବାକୁ ମିଳିଛି ।

ମେ ୭ରେ ଭାରତୀୟ ସେନା ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଚଳାଇଥିଲେ, ସେବେଠାରୁ ସୀମାରେ ଲଗାତାର ଗୁଳିଚାଳନା ଜାରି ରହିଛି । ବୁଧବାର ଦିନ ଅର୍ଥାତ୍ ଗତ କାଲି ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ସେନାର ଭୟଙ୍କର ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ସୈନିକ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି । ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିୟୁକ୍ତି ଦିଆଯାଇଥିଲା । ଭାରତୀୟ ସେନାର ହ୍ବାଇଟ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି । ହ୍ବାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

ହରିୟାଣାର ପଲୱଲ ଜିଲ୍ଲାର ବାସିନ୍ଦା ଲାନ୍ସ ନାୟକ ଦିନେଶ କୁମାର ପାକିସ୍ତାନ ସେନାର ଗୁଳିମାଡ଼ରେ ପ୍ରଥମେ ଆହତ ହୋଇଥିଲେ । ଆହତ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସବୁ ଚେଷ୍ଟା ପରେ ବି ସହିଦ ହୋଇଗଲେ ଦିନେଶ । ଭାରତୀୟ ସେନା ଏହି ଘଟଣା ବିଷୟରେ ସୂଚନା ଦେଇଛି । ସହିଦ ସୈନିକ ହରିୟାଣାର ପଲୱଲ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି । ସହିଦ ଯବାଦ ଦିନେଶଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି ପଲୱଲକୁ ପଠାଯିବ, ଯେଉଁଠାରେ ସାମରିକ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

ପାକିସ୍ତାନର ଏହି ଅନିୟନ୍ତ୍ରିତ ଗୁଳିଚାଳନା କେବଳ ଭାରତୀୟ ସୈନିକଙ୍କର କ୍ଷତି ହୋଇଛି ତା ନୁହେଁ ବରଂ ସୀମାନ୍ତ ଗାଁଗୁଡ଼ିକ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ପାକିସ୍ତାନୀ ସେନା ମୋର୍ଟାର ଏବଂ ତୋପ ସାହାଯ୍ୟରେ ଡଜନ ଡଜନ ଗାଁ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୨ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ସୀମାନ୍ତ ଗାଁ ଗୁଡ଼ିକରେ ଭୟର ବାତାବରଣ ଖେଳି ଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ସ୍ଥାନୀୟ ଲୋକମାନେ ଘର ଛାଡି ବଙ୍କର କିମ୍ବା ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ।

ତେବେ ଭାରତ୍ ପାକ୍ ଯୁଦ୍ଧରେ ଯବାନ ଦିନେଶ ସହିଦ ହେବା ପରେ ସମସ୍ତଙ୍କ ଆଖିରେ ଲୁହ । ଯବାନଙ୍କୁ ହରାଇ କାନ୍ଦୁଛି ପରିବାର, କାନ୍ଦୁଛି ଗାଁ, କାନ୍ଦୁଛି ଦେଶ । କିନ୍ତୁ କୁହାଯାଏ ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର। ଆଉ ତାଙ୍କ ବୀରତ୍ବର ଗାଥା ଛାପ ଛାଡି ଦେଇ ଯାଏ ଜନସାଧାରଣଙ୍କ ହୃଦୟରେ।

Also Read:ପାକ୍ ସେନା ଉପରେ BLA ଆକ୍ରମଣ : ରିମୋର୍ଟ ସାହାଯ୍ୟରେ ଉଡ଼ାଇ ଦେଲେ ଗାଡ଼ି, ୭ ସୈନିକ ମୃତ

The post ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’ appeared first on KNews Odisha.