ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ସେ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ବୋଲି ଭାବିବାକୁ ସର୍ବଦା ମନା କରି ଦେଇଛନ୍ତି ଏବଂ ଏପରି ଲୋକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଭାରତ ଉପରେ ଅଭିଯୋଗ କରିଆସୁଛନ୍ତି। ତେବେ ଏବେ ସେ ନିଜେ ସ୍ବୀକାର କରିଛନ୍ତି ଯେ, ଖଲିସ୍ତାନୀ କାନାଡାରେ […] The post ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି… appeared first on Dharitri Odia News.

ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି…

ଓଟଓ୍ବା,୯।୧୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୋମୁହାଁ ଚରିତ୍ର ପୁଣି ଥରେ ପ୍ରକାଶ ପାଇଛି। ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଟ୍ରୁଡୋ ଏବଂ ତାଙ୍କ ସରକାରଙ୍କ ବିରୋଧରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି। ସେ ବିଚ୍ଛିନ୍ନତାବାଦୀଙ୍କୁ ଆତଙ୍କବାଦୀ ବୋଲି ଭାବିବାକୁ ସର୍ବଦା ମନା କରି ଦେଇଛନ୍ତି ଏବଂ ଏପରି ଲୋକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଭାରତ ଉପରେ ଅଭିଯୋଗ କରିଆସୁଛନ୍ତି। ତେବେ ଏବେ ସେ ନିଜେ ସ୍ବୀକାର କରିଛନ୍ତି ଯେ, ଖଲିସ୍ତାନୀ କାନାଡାରେ ଉପସ୍ଥିତ ଅଛନ୍ତି। ଖଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀମାନେ କାନାଡାର ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ଉପସ୍ଥିତି ବିଷୟରେ ଟ୍ରୁଡୋଙ୍କ ସ୍ବୀକୃତି ଭାରତର ଦୃଢତାକୁ ସ୍ପଷ୍ଟ କରେ।

ଟ୍ରୁଡୋ ଓଟଓ୍ବାସ୍ଥିତ ପାର୍ଲାମେଣ୍ଟ ହିଲରେ ଦିୱାଲୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏଠାରେ ସେ ଭାରତୀୟ ପ୍ରବାସୀମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ। ସେ କହିଥିଲେ, କାନାଡାରେ ଖଲିସ୍ତାନର ଅନେକ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ଶିଖ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ। ଏଠାରେ ହିଂସା, ଅସହିଷ୍ଣୁତା କିମ୍ବା ଭୟଭୀତ ହେବାର ସ୍ଥାନ ନାହିଁ। ଆମେ ସେପରି ନୁହଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାନାଡାରେ ହିନ୍ଦୁ ସମର୍ଥକ ଅଛନ୍ତି, କିନ୍ତୁ ସେମାନେ ମଧ୍ୟ କାନାଡାର ହିନ୍ଦୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରନ୍ତି ନାହିଁ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ବଢୁଥିବା କୂଟନୈତିକ ତିକ୍ତତା ମଧ୍ୟରେ ଟ୍ରୁଡୋଙ୍କ ମନ୍ତବ୍ୟ ଆସିଛି। ସେପ୍ଟେମ୍ବର ୨୦୨୩ରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇପଡିଥିଲା। ନିଜ୍ଜାର ହତ୍ୟାରେ ଟ୍ରୁଡୋ ଭାରତୀୟ ଏଜେଣ୍ଟଙ୍କ ଭୂମିକା ବିଷୟରେ ଅଭିଯୋଗ କରିଥିଲେ। ଭାରତ ସରକାର ଚାହୁଁଥିବା ଆତଙ୍କବାଦୀ ନିଜ୍ଜାରଙ୍କୁ ଜୁନ ୧୮, ୨୦୨୩ରେ ବ୍ରିଟିଶ କଲମ୍ବିଆର ସୁରେର ଗୁରୁଦ୍ୱାର ବାହାରେ ଗୁଳି କରାଯାଇଥିଲା। ଗତ ମାସରେ ଯେତେବେଳେ ନିଜ୍ଜାର ହତ୍ୟା ଘଟଣାର ତଦନ୍ତରେ କାନାଡା ଭାରତୀୟ ହାଇ କମିଶନରଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲା ସେତେବେଳେ ସମ୍ପର୍କ ଆହୁରି ତିକ୍ତ ହୋଇଥିଲା।

The post ଶେଷରେ ଭୁଲ୍‌ ମାନିଲେ ଜଷ୍ଟିନ ଟ୍ରୁଡୋ: କାନାଡାରେ ଅଛନ୍ତି… appeared first on Dharitri Odia News.