କୃଷକଙ୍କ ପଞ୍ଜାବ ବନ୍ଦ ଯୋଗୁ ବସ୍‌ ଓ ରେଳସେବା ବ୍ୟାହତ

ଚଣ୍ଡିଗଡ଼,୩୧ା୧୨(ପି.ଟି.): ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ପଞ୍ଜାବ ବନ୍ଦ ପାଳନ କରିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଟ୍ରେନ୍‌ ଓ ସଡ଼କ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ପଟିଆଲା, ଜଳନ୍ଧର, ଅମୃତସର, ଫିରୋଜପୁର, ବଠିଣ୍ଡା ଏବଂ ପଠାନକୋଟ୍‌ ସମେତ ବିଭିନ୍ନ ସଡ଼କ ଓ ରାଜପଥରେ ଚାଷୀମାନେ ସକାଳ ୭ରୁ ଅପରାହ୍ନ […] The post କୃଷକଙ୍କ ପଞ୍ଜାବ ବନ୍ଦ ଯୋଗୁ ବସ୍‌ ଓ ରେଳସେବା ବ୍ୟାହତ appeared first on Dharitri Odia News.

କୃଷକଙ୍କ ପଞ୍ଜାବ ବନ୍ଦ ଯୋଗୁ ବସ୍‌ ଓ ରେଳସେବା ବ୍ୟାହତ

ଚଣ୍ଡିଗଡ଼,୩୧ା୧୨(ପି.ଟି.): ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନେ ସୋମବାର ପଞ୍ଜାବ ବନ୍ଦ ପାଳନ କରିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଟ୍ରେନ୍‌ ଓ ସଡ଼କ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ପଟିଆଲା, ଜଳନ୍ଧର, ଅମୃତସର, ଫିରୋଜପୁର, ବଠିଣ୍ଡା ଏବଂ ପଠାନକୋଟ୍‌ ସମେତ ବିଭିନ୍ନ ସଡ଼କ ଓ ରାଜପଥରେ ଚାଷୀମାନେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାରଣାରେ ବସିରହିଥିଲେ। କେନ୍ଦ୍ର ସରକାର ଚାଷୀମାନଙ୍କ ଦାବି ପୂରଣ କରୁ ନ ଥିବାରୁ ପଞ୍ଜାବ ବନ୍ଦ ପାଇଁ ସପ୍ତାହେ ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଥିଲା। ଏଥିସହ ଖନୌର ସୀମା ବିକ୍ଷୋଭ ସ୍ଥଳରେ ୩୫ ଦିନ ହେଲା ଅନଶନରେ ବସିଥିବା କୃଷକ ନେତା ଜଗଜିତ୍‌ ସିଂ ଡାଲଓ୍ବୋଲଙ୍କୁ ସମର୍ଥନ ଜଣାଇବା ବନ୍ଦର ଉଦ୍ଦେଶ୍ୟ ଥିଲା। ଧାରେରି ଜଟ୍ଟନ ଟୋଲ୍‌ ପ୍ଲାଜା ନିକଟରେ ଚାଷୀମାନେ ଧାରଣାରେ ବସିବାରୁ ପଟିଆଲା-ଚଣ୍ଡିଗଡ଼ ଜାତୀୟ ରଜାପଥରେ ଗାଡ଼ିମୋଟର ଚଳାଚଳ ବନ୍ଦ ହୋଇଯାଇଥିଲା।

The post କୃଷକଙ୍କ ପଞ୍ଜାବ ବନ୍ଦ ଯୋଗୁ ବସ୍‌ ଓ ରେଳସେବା ବ୍ୟାହତ appeared first on Dharitri Odia News.