ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ତଥା ଫାଉଣ୍ଡର ଅତୁଲ ସିଜିଆ ଉପସ୍ଥିତ ଥିଲେ। ସମ୍ପ୍ରତି ରାଜ୍ୟରେ ଦାଦନଜନିତ ବିସ୍ଥାପନ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଏହାର ସମାଧାନ ପାଇଁ […] The post ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ appeared first on Dharitri Odia News.

ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଏବଂ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ସିଇଓ ତଥା ଫାଉଣ୍ଡର ଅତୁଲ ସିଜିଆ ଉପସ୍ଥିତ ଥିଲେ। ସମ୍ପ୍ରତି ରାଜ୍ୟରେ ଦାଦନଜନିତ ବିସ୍ଥାପନ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଛି। ଏହାର ସମାଧାନ ପାଇଁ ସରକାର ତ୍ୱରିତ ବେଗରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି।

ଦାଦନ ଶ୍ରମିକଙ୍କ ସଂଖ୍ୟା ହ୍ରାସ ସହ ସେମାନଙ୍କ ପାଇଁ ସ୍ଥାୟୀ ରୋଜଗାରର ଅବସର ସୃଷ୍ଟି କରିବା ଦିଗରେ ଟାସ୍କାଫୋର୍ସ କାର୍ଯ୍ୟ କରିବ। ନଜ୍‌ ଫାଉଣ୍ଡେସନ୍‌ ଦାଦନ ଶ୍ରମିକଙ୍କ ସହ ପ୍ରତ୍ୟକ୍ଷରୂପେ ଯୋଡ଼ିହୋଇ ସେମାନଙ୍କ ଦକ୍ଷତା ଅନୁଯାୟୀ ଆୟ ପନ୍ଥା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ଫାଉଣ୍ଡେସନ୍‌ ପ୍ରସ୍ତାବ ଦେଇଛି। ନଜ୍‌ ଫାଉଣ୍ଡେସନ୍‌ ଝାଡଖଣ୍ଡ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଜନଜାତିଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି ବୋଲି ମ୍ୟାନେଜିଂ ଡ଼ାଇରେକ୍ଟର ଶ୍ରୀରାମ ପ୍ରକାଶ କରିଛନ୍ତି।

The post ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ appeared first on Dharitri Odia News.