ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ..

ନୂଆଦିଲ୍ଲୀ,୨୧।୩: ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା। ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦିନିକିଆ ଖେଳାଯାଉଛି। ଏହି ମ୍ୟାଚରେ ବୃନ୍ଦା ରଥି ଅମ୍ପାୟାର ହୋଇଛନ୍ତି। ଅଦ୍ୟାବଧି କୌଣସି ଭାରତୀୟ ମହିଳା ଅମ୍ପାୟାର ଏକ ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅଫିସିଆଲ ଅମ୍ପାୟାରିଂ କରି ନ ଥିଲେ, କିନ୍ତୁ ବର୍ତ୍ତମାନ […] The post ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ.. appeared first on Dharitri Odia News.

ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ..

ନୂଆଦିଲ୍ଲୀ,୨୧।୩: ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା। ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ ଦିନିକିଆ ଖେଳାଯାଉଛି। ଏହି ମ୍ୟାଚରେ ବୃନ୍ଦା ରଥି ଅମ୍ପାୟାର ହୋଇଛନ୍ତି। ଅଦ୍ୟାବଧି କୌଣସି ଭାରତୀୟ ମହିଳା ଅମ୍ପାୟାର ଏକ ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅଫିସିଆଲ ଅମ୍ପାୟାରିଂ କରି ନ ଥିଲେ, କିନ୍ତୁ ବର୍ତ୍ତମାନ ବୃନ୍ଦା ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ ଏହି କାମ କରିଛନ୍ତି।
ଏହାପୂର୍ବରୁ ମୁମ୍ବାଇରେ ଭାରତୀୟ ମହିଳା ଦଳ ଏବଂ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଏକ ଟେଷ୍ଟ ଖେଳାଯାଇଥିଲା। ସେହି ଟେଷ୍ଟରେ ଅମ୍ପାୟାର ଭାବରେ ବୃନ୍ଦା କ୍ୟାରିୟର ଆରମ୍ଭ କରିଥିଲେ। ଏହିପରି ଭାବରେ ବୃନ୍ଦା ଭାରତର ପ୍ରଥମ ମହିଳା ଟେଷ୍ଟ ଅମ୍ପାୟାର ହୋଇଥିଲେ। ଏଥି ସହିତ କମନୱେଲଥ ଗେମ୍ସ ୨୦୨୨ରେ ବୃନ୍ଦା ରଥି ଅମ୍ପାୟାରିଂ କରିଥିଲେ।

The post ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ.. appeared first on Dharitri Odia News.