ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର
ନିରାକାରପୁର,୧୮ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳର ଜିତୁ ଓରଫ ରୁଷିଆ ଦାଶ(୨୩)। ଅଭିଯୋଗ ମୁତାବକ, ଜିତୁ ନିରାକାରପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଜଣଙ୍କ ବିବାହ କରିବାକୁ କହିବାରୁ ଜିତୁ […] The post ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.
ନିରାକାରପୁର,୧୮ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ନୟାଗଡ଼ ଜିଲା ରଣପୁର ଥାନା ଅଞ୍ଚଳର ଜିତୁ ଓରଫ ରୁଷିଆ ଦାଶ(୨୩)।
ଅଭିଯୋଗ ମୁତାବକ, ଜିତୁ ନିରାକାରପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଜଣଙ୍କ ବିବାହ କରିବାକୁ କହିବାରୁ ଜିତୁ ଆଉ ଧରାଛୁଆଁ ଦେଇ ନ ଥିଲେ। ଏନେଇ ନାବାଳିଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୨୧୩/୨୩) ରୁଜୁ କରିଥିଲା। ଅନ୍ୟପଟେ ଗିରଫ ଭୟରେ ଅଭିଯୁକ୍ତ ଜିତୁ ଫେରାର ହୋଇଯାଇଥିଲେ। ନିରାକାରପୁର ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଜିତୁଙ୍କୁ ଗିରଫ କରିଥିଲା।
The post ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ବଳାତ୍କାର appeared first on Dharitri Odia News.