ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ, ପୋଲିସ ତଦନ୍ତ ଜାରି

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ବଡସିନ୍ଧବା ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି l ଅସଦାଚରଣ ଅଭିଯୋଗରେ ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ମୋହନା ପୁଲିସ l ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବଡସିନ୍ଧବା ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ବାପା ମୋହନା ଥାନାରେ ଲିଖିତ […] The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ, ପୋଲିସ ତଦନ୍ତ ଜାରି appeared first on KNews Odisha.

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ, ପୋଲିସ ତଦନ୍ତ ଜାରି
mohana

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ବଡସିନ୍ଧବା ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି l ଅସଦାଚରଣ ଅଭିଯୋଗରେ ସେହି ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରୁଛି ମୋହନା ପୁଲିସ l

ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ବଡସିନ୍ଧବା ଉଚ୍ଚ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ବାପା ମୋହନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l

ଅଭିଯୋଗ ଆଧାରରେ ମୋହନା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍ l ଥାନା ଅଧିକାରୀ ବସନ୍ତ ସେଠୀ, ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି l ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି l

The post ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଅଟକ, ପୋଲିସ ତଦନ୍ତ ଜାରି appeared first on KNews Odisha.