ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍ ଉଦ୍ଘାଟିତ, ଯୋଗଦେଲେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ
ଭୁବନେଶ୍ୱର : ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଆଜି କଳିଙ୍ଗ କବାଡ଼ି ଏକାଡ଼େମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୧୪ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍। ଏହି କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୪୬ଟି ଦଳ ଯୋଗଦେଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଆଜି ପ୍ରଥମ ଦିନରେ ଦୁଇଟି ପୁରୁଷ ଓ ଦୁଇଟି ମହିଳା ଦଳ ଭିତରେ ପ୍ରାରମ୍ଭିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଉତ୍ତର […] The post ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍ ଉଦ୍ଘାଟିତ, ଯୋଗଦେଲେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ appeared first on KNews Odisha.

ଭୁବନେଶ୍ୱର : ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ପରିସରରେ ଆଜି କଳିଙ୍ଗ କବାଡ଼ି ଏକାଡ଼େମୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୧୪ତମ ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍। ଏହି କ୍ରୀଡ଼ା ମହାକୁମ୍ଭରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୪୬ଟି ଦଳ ଯୋଗଦେଇଛନ୍ତି।
ଯେଉଁମାନଙ୍କ ମଧ୍ୟରେ ଆଜି ପ୍ରଥମ ଦିନରେ ଦୁଇଟି ପୁରୁଷ ଓ ଦୁଇଟି ମହିଳା ଦଳ ଭିତରେ ପ୍ରାରମ୍ଭିକ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ସାଂସଦ ତଥା କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଶ୍ରମକଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର,ସ୍ଥାନୀୟ ଅଞ୍ଚଳ ୱାର୍ଡ଼ ୧,୨ ଏବଂ ୩ର କର୍ପୋରେଟରମାନେ ଅତିଥିଭାବେ ଯୋଗଦେଇ ଏହି କବାଡ଼ି ଖେଳ ଉତ୍ସବକୁ ଉଦଘାଟନ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଜି ଆମ ରାଜଧାନୀ ଭୁବନେଶ୍ବର କ୍ରୀଡ଼ା ଭାବେ ନିଜର ପରିଚୟ ସୃଷ୍ଟିକରିଥିଲା ବେଳେ ପଟିଆର ଯୁବ କ୍ରୀଡ଼ାବିତମାନେ କବାଡ଼ିଭଳି ଏକ ଖେଳକୁ ନେଇ ଦେଶବ୍ୟାପୀ ଆୟୋଜନ କରୁଥିବାରୁ ସାଂସଦ ଶ୍ରୀ ସାମନ୍ତ କଳିଙ୍ଗ କବାଡ଼ି ଏକାଡ଼େମୀର ସମସ୍ତ ଆୟୋଜନମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।
The post ରାଜ୍ୟସ୍ତରୀୟ କବାଡ଼ି ଚାମ୍ପିୟନସିପ୍ ଉଦ୍ଘାଟିତ, ଯୋଗଦେଲେ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ appeared first on KNews Odisha.