ଲୋକସଭାରେ କଂଗ୍ରେସ ୪୦ ଟପିବନି: ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ୪୦ ଆସନ ଟପିବନି। ଉତ୍ତରପ୍ରଦେଶରେ ଏହା ଗୋଟିଏ ଆସନ ବି ଜିନିବନି। କିନ୍ତୁ ବିଜେପି ୨୦୨୪ ନିର୍ବାଚନରେ ୪୦୦ ପାର୍ କରିବା ଲକ୍ଷ୍ୟରେ କାମରେ ଆଗେଇ ଚାଲିଛି ଏବଂ ବିଜେପି ୪୦୦ ପାର୍ କରିବ ବୋଲି ମୋଦୀ କହିଛନ୍ତି। ରାହୁଲଙ୍କୁ ଇଙ୍ଗିତ କରି ମୋଦୀ କହିଛନ୍ତି, ସେ ୱାୟନାଡ଼ ଛାଡ଼ିଦେଲେ ଏବଂ ରାଏବରେଲିରେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେବା ପୂର୍ବରୁ ସେ ତାଙ୍କ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି, କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ୪୦ ଆସନ ଟପିବନି। ଉତ୍ତରପ୍ରଦେଶରେ ଏହା ଗୋଟିଏ ଆସନ ବି ଜିନିବନି। କିନ୍ତୁ ବିଜେପି ୨୦୨୪ ନିର୍ବାଚନରେ ୪୦୦ ପାର୍ କରିବା ଲକ୍ଷ୍ୟରେ କାମରେ ଆଗେଇ ଚାଲିଛି ଏବଂ ବିଜେପି ୪୦୦ ପାର୍ କରିବ ବୋଲି ମୋଦୀ କହିଛନ୍ତି। ରାହୁଲଙ୍କୁ ଇଙ୍ଗିତ କରି ମୋଦୀ କହିଛନ୍ତି, ସେ ୱାୟନାଡ଼ ଛାଡ଼ିଦେଲେ ଏବଂ ରାଏବରେଲିରେ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେବା ପୂର୍ବରୁ ସେ ତାଙ୍କ ସ୍ବର ଶାଣିତ କରିଛନ୍ତି। ଏବେ ଉତ୍ତରପ୍ରଦେଶର ଲୋକମାନେ ରାହୁଲ ୱାୟନାଡ଼ ଛାଡ଼ିବାକୁ ନେଇ ପ୍ରଶ୍ନ କଲେଣି। ସେ ଆମେଥି ଥରେ ବି ଯାଇନାହାନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରି ମୋଦୀ କହିଛନ୍ତି, ଯୋଗୀଙ୍କ ନେତୃତ୍ବ ଅଧୀନରେ ରାଜ୍ୟ ବିକାଶ ଦେଖିଛି। ଉତ୍ତରପ୍ରଦେଶର ଲୋକମାନେ ପରିବାରବାଦକୁ ଗ୍ରହଣ କରିପାରିବେନି। ସେମାନେ ଏକ ବିକଳ୍ପ ମଡେଲ ଦେଖାଇଛନ୍ତି ଯାହା ଲୋକମାନଙ୍କର ଜୀବନକୁ ପରିବର୍ତ୍ତନ କରିଛି ଏବଂ ଯୋଗୀ ସରକାର ଅଧୀନରେ ହୋଇଥିବା ବିକାଶକୁ ଲୋକ ଦେଖିପାରୁଛନ୍ତି।