ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ
ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ କହିଛନ୍ତି, ଯେତେବେଳେ ବି ରାଜ୍ୟ ଭାଜପା, ବିଜେଡି ନେତାଙ୍କୁ ଟାର୍ଗେଟ କରନ୍ତି, ପ୍ରଥମେ ସେମାନେ କୁହନ୍ତି ସେ ଗୁଣ୍ଡା, ତାଙ୍କ ଘର ଜେଲରେ । ହେଲେ ବିଜୁ ଜନତା ଦଳରୁ ବହିଷ୍କୃତ ହେଲା ପରେ […] The post ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ appeared first on Dharitri Odia News.
ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ସସ୍ମିତ କହିଛନ୍ତି, ଯେତେବେଳେ ବି ରାଜ୍ୟ ଭାଜପା, ବିଜେଡି ନେତାଙ୍କୁ ଟାର୍ଗେଟ କରନ୍ତି, ପ୍ରଥମେ ସେମାନେ କୁହନ୍ତି ସେ ଗୁଣ୍ଡା, ତାଙ୍କ ଘର ଜେଲରେ । ହେଲେ ବିଜୁ ଜନତା ଦଳରୁ ବହିଷ୍କୃତ ହେଲା ପରେ ସେହି ନେତାଙ୍କୁ କୋଳେଇ ନିଏ ଭାଜପା। ଭାଜପା ୱାଶିଂ ମେଶିନରେ ସଫା ହେଲାପରେ, ସେହି ଦାଗି ନେତାଙ୍କୁ ସେମାନେ କର୍ମଠ ଆଉ କର୍ମବୀର ବୋଲି କୁହନ୍ତି । ଆଉ ଦଳୀୟ ଟିକେଟ ଦେଇ ପୋଷ୍ଟର ବୟ କରନ୍ତି ବୋଲି କହିଛନ୍ତି ସେ।
ଏହି ଅବସରରେ ସେ କେନ୍ଦ୍ରାପଡା ଭାଜପା ଏମ୍ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରି କହିଛନ୍ତି, ୨୦୨୦ ମସିହାରେ ତାଙ୍କ କମ୍ପାନୀ ଗରିବ ଲୋକଙ୍କ ପାଖରୁ ଚଞ୍ଚକତା କରି ଜମି ଜବରଦଖଲ କଲା, ହେଲେ ସେହି ନେତାଙ୍କୁ ୱାଶିଂ ମେଶିନରେ ପୁରାଇ ସଫା କରିଦେଲା ଭାଜପା। ଖାଲି ସେତିକି ନୁହେଁ, ଆଜି ସେ ବିଜୁଳି ବିଲ୍ କଥା ଚର୍ଚ୍ଚା କରୁଛନ୍ତି । କିନ୍ତୁ ତାଙ୍କରି କମ୍ପାନୀର ୪୮୦ କୋଟି ବିଜୁଳି ବିଲ ବାକି ଥିଲା । ଆଉ ବିଲ ମାଗିବାରୁ ସେ ସୁପ୍ରିମକୋର୍ଟ ଚାଲିଯାଇଥିଲେ ବୋଲି କହିଛନ୍ତି ସସ୍ମିତ ପାତ୍ର ।
ସେହିଭଳି ପ୍ରଶାନ୍ତ ଜଗଦ୍ଦେବ ଏବଂ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ନେବା ସହିତ ଏହି ଦୁଇ ନେତାଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ସସ୍ମିତ । ଏହି ଦୁଇ ନେତା ବିଜେଡିରୁ ବହିଷ୍କୃତ ହେବା ପରେ ଭାଜପା ତାଙ୍କୁ ଦଳରେ ସାମିଲ କରିବା ସହିତ ଟିକେଟ ଦେଇଛି । ଏହି ଦୁଇ ନେତା ମଧ୍ୟ ଭାଜପାର ୱାଶିଂ ମେଶିନରେ ସଫା ହେଇଯାଇଛନ୍ତି ବୋଲି କହି ବିଜେଡି ମୁଖପାତ୍ର ରାଜ୍ୟ ଭାଜପା ଉପରେ ବର୍ଷିଛନ୍ତି।
The post ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ appeared first on Dharitri Odia News.