AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ…
ବେଜିଂ,୨ା୩: ସାମ୍ପ୍ରତିକ ସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିବା ସହ ସମାଜ ପ୍ରତି ଏହାର କ୍ଷତିକାରକ ପ୍ରଭାବକୁ ନେଇ ଅନେକେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ମଧ୍ୟରେ ଚାଇନାର ଏକ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ଏଆଇର ସାମର୍ଥ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ନିଆରା ଉପାୟରେ ବ୍ୟବହାର କରିଛନ୍ତି। ସମ୍ପ୍ରତି ଇନ୍ଷ୍ଟାଗ୍ରାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ ନାମକ ଏକ ହ୍ୟାଣ୍ଡେଲରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ […] The post AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ… appeared first on Dharitri Odia News.
ବେଜିଂ,୨ା୩: ସାମ୍ପ୍ରତିକ ସ୍ଥିତିରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବ୍ୟବହାରକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିବା ସହ ସମାଜ ପ୍ରତି ଏହାର କ୍ଷତିକାରକ ପ୍ରଭାବକୁ ନେଇ ଅନେକେ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ମଧ୍ୟରେ ଚାଇନାର ଏକ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ଏଆଇର ସାମର୍ଥ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ନିଆରା ଉପାୟରେ ବ୍ୟବହାର କରିଛନ୍ତି। ସମ୍ପ୍ରତି ଇନ୍ଷ୍ଟାଗ୍ରାମରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ ନାମକ ଏକ ହ୍ୟାଣ୍ଡେଲରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି, ଯାହା ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଚାଇନାର ଏକ ସ୍କୁଲର ପ୍ରଦର୍ଶନୀ ହଲ୍ରେ ଛାତ୍ରୀଛାତ୍ରମାନେ ବହୁସଂଖ୍ୟାରେ ବସିଥିବାବେଳେ ସେମାନଙ୍କୁ ତାଙ୍କ ଶିକ୍ଷକ ଏକ ସ୍ଲାଇଡ୍ଶୋ ପ୍ରେଜେଣ୍ଟେସନ୍ କରି ଦେଖାଉଛନ୍ତି। ଏହି ସ୍ଲାଇଡ୍ଶୋ’ରେ ଶିକ୍ଷକ ଜଣକ ଏଆଇକୁ ବ୍ୟବହାର କରି ନିଜ ଛାତ୍ରୀଛାତ୍ରଙ୍କ ସ୍ବପ୍ନର କ୍ୟାରିୟର ସମ୍ପର୍କିତ ଏଆଇ ଜେନେରେଟେଡ୍ ଫଟୋକୁ ଗୋଟିଏ ପରେ ଗୋଟିଏ କରି ଦେଖାଇଛନ୍ତି। ପ୍ରତି ସ୍ଲାଇଡ୍ ଶୋ’ରେ ନିଜ ମଧ୍ୟରୁ ଜଣଙ୍କର ଭବିଷ୍ୟତର ଫଟୋକୁ ଦେଖି ଛାତ୍ରୀଛାତ୍ରମାନେ ଉତ୍ସାହିତ ହୋଇ ତାଳି ମାରିବା ସହ ଖୁସିରେ ଝୁମି ଉଠୁଛନ୍ତି। ଭବିଷ୍ୟତରେ ନିଜକୁ ଡାକ୍ତର, ବୈଜ୍ଞାନିକ, ଇଞ୍ଜିନିୟର, ମଡେଲ, ଆଷ୍ଟ୍ରୋନଟ, କ୍ରୀଡ଼ାବିତ ଭାବେ ଫଟୋ ମାଧ୍ୟମରେ ଦେଖି ଛାତ୍ରୀଛାତ୍ରମାନେ ଭାବବିହ୍ବଳ ହୋଇ ପଡ଼ିଥିବା ନେଇ ଏହି ଭିଡିଓରେ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ସମ୍ପ୍ରତି ଏହି ଭିଡିଓ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଏହାକୁ ଏଆଇର ସର୍ବୋତ୍ତମ ବ୍ୟବହାର କହି ଶିକ୍ଷକଙ୍କର ପ୍ରଶଂସା କରିଛନ୍ତି। ଏଆଇର ଏପରି ସକାରାତ୍ମକ ବ୍ୟବହାର ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଉଥିବା କେତେଜଣ ୟୁଜର୍ସ କହିଛନ୍ତି। ସେହିପରି ଜଣେ ୟୁଜର ଲେଖିଛନ୍ତି, ଯାହା ହେଉ ଏଥର ଏଆଇ କୌଣସି ବିଶୃଙ୍ଖଳା ସୃଷ୍ଟି ନ କରି ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରେରଣା ଯୋଗାଇବାରେ ବ୍ୟବହୃତ ହୋଇଛି। ଶିକ୍ଷକଙ୍କ ଏପରି ଉଦ୍ୟମ ପ୍ରଶଂସନୀୟ। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏଆଇ ନିଶ୍ଚିତଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଟେକ୍ନୋଲୋଜି। ତେବେ ଏହାର ବ୍ୟବହାର ପଛର ଉଦ୍ଦେଶ୍ୟ ଠିକ୍ ରହିବା ଆବଶ୍ୟକ। ଆଉ ଜଣେ ଲେଖିଛନ୍ତି, ଯେକୌଣସି ସ୍ବପ୍ନକୁ ହାସଲ କରାଯାଇପାରିବ, ତାହା ଏଆଇ ଜେନେରେଟେଡ୍ ଏହି ଫଟୋଗୁଡ଼ିକୁ ଦେଖି ପିଲାମାନେ ପ୍ରେରଣା ପାଇଛନ୍ତି। ଏପରି ଅନୁଭବକୁ ସେମାନେ ଭୁଲି ପାରିବେ ନାହିଁ।
The post AI ଦେଖାଇଲା ପିଲାଙ୍କ ସ୍ବପ୍ନର କ୍ୟାରିୟର, ନିଆରା ଉପାୟରେ ଛାତ୍ରୀଛାତ୍ରଙ୍କୁ… appeared first on Dharitri Odia News.