ଏହି ରାଜ୍ୟରେ ମିଳେନି ଦିୱାଲି ଛୁଟି, ନାଁକୁ ମାତ୍ର ବନ୍ଦ ହୁଏ ସ୍କୁଲ, ହେଲେ କାହିଁକି ?
ନୂଆଦିଲ୍ଲୀ ୨୯/୧୦: ପୁରା ଦେଶରେ ଧୁମଧାମରେ ଦିୱାଲି ସେଲିବ୍ରେସନ ହୁଏ । ଏହି ଅବସରରେ ସ୍କୁଲ ଓ ସରକାରୀ ଅଫିସରେ ଛୁଟି ଘୋଷଣା ହୋଇଥାଏ । ହେଲେ ଏମିତି କିଛି ରାଜ୍ୟ ଅଛି ଯେଉଁଠି ସେଲିବ୍ରେସନ ପାଇଁ ଛୁଟି ମିଳେନି। କେବଳ ନାଁକୁ ମାତ୍ର ବନ୍ଦ ରୁହେ ସ୍କୁଲ । କେରଳରେ ଦୀପାବଳିର ପ୍ରଭାବ କମ୍ । ଦୀପାବଳି ପାଳନ ପାଇଁ କେବଳ ଗୋଟିଏ ଦିନ ଛୁଟି ମିଳିଥାଏ । ଏଥର ୧ ନଭେମ୍ବର କେବଳ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ଦୀପାବଳିରେ କୌଣସି ସ୍ବତନ୍ତ୍ର ଛୁଟି ମିଳିନଥାଏ । ନଭେମ୍ବର ୧ରୁ ନଭେମ୍ବର ୩ ଯ।ଏ ଉତ୍ତରାଖଣ୍ଡରେ ଛୁଟିଦିନ ଅଛି । କିନ୍ତୁ ଦୀପାବଳି ପାଇଁ କୌଣସି ବିଶେଷ ଛୁଟି ମିଳିନାହିଁ । ଏଠାରେ ଥିବା ବିଦ୍ୟାଳୟଗୁଡିକରେ କେବଳ ନଭେମ୍ବର ୧ ତାରିଖ ଛୁଟି ଘୋଷଣା କରାଯାଇଛି । ଜମ୍ମୁ କାଶ୍ମୀର ପରି ପାହାଡିଆ ଅଞ୍ଚଳରେ ମଧ୍ୟ ଦୀପାବଳି ଛୁଟି ନାହିଁ । ଲୋକମାନେ ସେମାନଙ୍କର ସ୍ଥାନୀୟ ପରମ୍ପରା ଓ ପର୍ବକୁ ପ୍ରାଧାନ୍ୟ ଦିଅନ୍ତି । ଯଦିଓ ଏଠାକାର ଲୋକମାନେ ବେଳେବେଳେ ଦୀପାବଳି ପର୍ବ ପାଳନ କରନ୍ତି ଏହା ସରକାରୀ ଛୁଟିଦିନ ହୋଇନଥାଏ । ମେଘାଳୟ ଓ ଅରୁଣାଚଳପ୍ରଦେଶରେ ମଧ୍ୟ ଦୀପାବଳିଠାରୁ ଅନ୍ୟ ଉତ୍ସବକୁ ଗୁରୁତ୍ବ ଦିଅନ୍ତି । ମେଘାଳୟର ଉଚ୍ଚ ପର୍ବତ ଅଞ୍ଚଳର ସ୍ଥାନୀୟ ଆଦିବାସୀ ନିଜ ସଂସ୍କୃତିକୁ ନେଇ ପର୍ବ ପାଳନକୁ ଭଲ ପାଇଥାନ୍ତି । ସେଥିପାଇଁ ଦୀପାବଳି ଅପେକ୍ଷା ଅନ୍ୟ ପର୍ବକୁ ପ୍ରାଧାନ୍ୟ ଦେଇଥାନ୍ତି ।
ନୂଆଦିଲ୍ଲୀ ୨୯/୧୦: ପୁରା ଦେଶରେ ଧୁମଧାମରେ ଦିୱାଲି ସେଲିବ୍ରେସନ ହୁଏ । ଏହି ଅବସରରେ ସ୍କୁଲ ଓ ସରକାରୀ ଅଫିସରେ ଛୁଟି ଘୋଷଣା ହୋଇଥାଏ । ହେଲେ ଏମିତି କିଛି ରାଜ୍ୟ ଅଛି ଯେଉଁଠି ସେଲିବ୍ରେସନ ପାଇଁ ଛୁଟି ମିଳେନି। କେବଳ ନାଁକୁ ମାତ୍ର ବନ୍ଦ ରୁହେ ସ୍କୁଲ । କେରଳରେ ଦୀପାବଳିର ପ୍ରଭାବ କମ୍ । ଦୀପାବଳି ପାଳନ ପାଇଁ କେବଳ ଗୋଟିଏ ଦିନ ଛୁଟି ମିଳିଥାଏ । ଏଥର ୧ ନଭେମ୍ବର କେବଳ ଗୋଟିଏ ଦିନ ଛୁଟି ଘୋଷଣା କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ଦୀପାବଳିରେ କୌଣସି ସ୍ବତନ୍ତ୍ର ଛୁଟି ମିଳିନଥାଏ ।
ନଭେମ୍ବର ୧ରୁ ନଭେମ୍ବର ୩ ଯ।ଏ ଉତ୍ତରାଖଣ୍ଡରେ ଛୁଟିଦିନ ଅଛି । କିନ୍ତୁ ଦୀପାବଳି ପାଇଁ କୌଣସି ବିଶେଷ ଛୁଟି ମିଳିନାହିଁ । ଏଠାରେ ଥିବା ବିଦ୍ୟାଳୟଗୁଡିକରେ କେବଳ ନଭେମ୍ବର ୧ ତାରିଖ ଛୁଟି ଘୋଷଣା କରାଯାଇଛି । ଜମ୍ମୁ କାଶ୍ମୀର ପରି ପାହାଡିଆ ଅଞ୍ଚଳରେ ମଧ୍ୟ ଦୀପାବଳି ଛୁଟି ନାହିଁ । ଲୋକମାନେ ସେମାନଙ୍କର ସ୍ଥାନୀୟ ପରମ୍ପରା ଓ ପର୍ବକୁ ପ୍ରାଧାନ୍ୟ ଦିଅନ୍ତି । ଯଦିଓ ଏଠାକାର ଲୋକମାନେ ବେଳେବେଳେ ଦୀପାବଳି ପର୍ବ ପାଳନ କରନ୍ତି ଏହା ସରକାରୀ ଛୁଟିଦିନ ହୋଇନଥାଏ । ମେଘାଳୟ ଓ ଅରୁଣାଚଳପ୍ରଦେଶରେ ମଧ୍ୟ ଦୀପାବଳିଠାରୁ ଅନ୍ୟ ଉତ୍ସବକୁ ଗୁରୁତ୍ବ ଦିଅନ୍ତି । ମେଘାଳୟର ଉଚ୍ଚ ପର୍ବତ ଅଞ୍ଚଳର ସ୍ଥାନୀୟ ଆଦିବାସୀ ନିଜ ସଂସ୍କୃତିକୁ ନେଇ ପର୍ବ ପାଳନକୁ ଭଲ ପାଇଥାନ୍ତି । ସେଥିପାଇଁ ଦୀପାବଳି ଅପେକ୍ଷା ଅନ୍ୟ ପର୍ବକୁ ପ୍ରାଧାନ୍ୟ ଦେଇଥାନ୍ତି ।