ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା, ଏଆଇ ଦ୍ବାରା ହେବ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ

ପୁରୀ: ସୋମବାର ପୁରୀ ପହଞ୍ଚି ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ତଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ। ପ୍ରଥମେ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। ତେବେ ବୈଠକ ପରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ‘‘ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୋଲିସ ପାଇଁ ବଡ଼ ଚାଲେଞ୍ଜ। ଏଥିପାଇଁ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ଡ୍ରୋନ୍। ସୁରକ୍ଷା ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ, ଅପରାଧିକ ଗତିବିଧି ଉପରେ ଏହି ଡ୍ରୋନ ଦ୍ବାରା ନଜର ରଖାଯିବ। ଏହା ସହ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। AI ଦ୍ବାରା ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ହେବ। ରେଲୱେ ଷ୍ଟେସନ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କୋଷ୍ଟ ଗାର୍ଡ ଏବଂ ନୌସେନାର ସହଯୋଗ ନିଆଯିବ।’’

ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା, ଏଆଇ ଦ୍ବାରା ହେବ ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ

ପୁରୀ: ସୋମବାର ପୁରୀ ପହଞ୍ଚି ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ତଥା ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ। ପ୍ରଥମେ ପୋଲିସ ଡିଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ଡିଜିପିଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ। 

ତେବେ ବୈଠକ ପରେ ସୂଚନା ଦେଇ ପୋଲିସ ଡିଜି କହିଛନ୍ତି ‘‘ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପୋଲିସ ପାଇଁ ବଡ଼ ଚାଲେଞ୍ଜ। ଏଥିପାଇଁ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହେବ ଡ୍ରୋନ୍। ସୁରକ୍ଷା ବ୍ୟବସ୍ଥା ସହ ଭିଡ଼ ନିୟନ୍ତ୍ରଣ, ଅପରାଧିକ ଗତିବିଧି ଉପରେ ଏହି ଡ୍ରୋନ ଦ୍ବାରା ନଜର ରଖାଯିବ। ଏହା ସହ ସମ୍ପୂର୍ଣ୍ଣ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। AI ଦ୍ବାରା ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ହେବ। ରେଲୱେ ଷ୍ଟେସନ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ପୋଲିସ ପକ୍ଷରୁ ସିସିଟିଭି ବ୍ୟବସ୍ଥା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କୋଷ୍ଟ ଗାର୍ଡ ଏବଂ ନୌସେନାର ସହଯୋଗ ନିଆଯିବ।’’