ଝୁମ୍କା ଡ୍ୟାମ୍ରେ ‘ପୃଥିବୀ ଦିବସ’ ନେଇ ଏକ ସ୍ବତନ୍ତ୍ର ପ୍ଲଗିଂ, ସାମିଲ ହେଲେ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ
ଭୁବନେଶ୍ବର ୨୧।୪: ୨୦୨୪ ବିଶ୍ୱ ପୃଥିବୀ ଦିବସର ଥିମ୍ ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ ପରିବେଶ ଉପରେ ପ୍ଲାଷ୍ଟିକ୍ ପ୍ରଦୂଷଣ କିଭଳି ପ୍ରଭାବ ପକାଉଛି ସେ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ତାର ସମାଧାନ ପାଇଁ ପ୍ରୋତ୍ସାହିତ କରିବା । ଶିକ୍ଷା, ସଚେତନ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର କ୍ଷତିକାରକ ପ୍ରଭାବରୁ କିଭଳି ବିଶ୍ବକୁ ରକ୍ଷା କରିବା ।ସାତ୍ବିକ ସୋଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟବ୍ରତ ସାମଲ ଏବଂ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଝୁମକା ଡ୍ୟାମ୍ରେ ପୃଥିବୀ ଦିବସ ଉପରେ ଏକ ସ୍ବତନ୍ତ୍ର ପ୍ଲଗିଂ କରାଯାଇଥିଲା । ୟୁନିସେଫ, ୟୁଥ ଫର୍ ଓ୍ବାଟର ପ୍ଲସ, ଇକୋ ସାଥି, ଲାଇଫ, EARTHDSY.ORG, ରିସାଇକେଲ୍ ପେ’, ଆତ୍ମସାଥୀ ଟ୍ରଷ୍ଟି, ୟଙ୍ଗ ଇଗଲ୍, ମ୍ୟାଙ୍ଗୋ ହୋଟେଲ, ରାଉଣ୍ଡ ଟେବୁଲ ସହଯୋଗରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା । ଡ୍ୟାମ ନିକଟରେ ମେଗା ପ୍ଲଗିଂ ଏବଂ ପୃଥିବୀ ଦିବସ ପାଳନ ପାଇଁ ସମସ୍ତେ ଏକତ୍ରିକ ହୋଇଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ କେବଳ ଶାରୀରିକ ବ୍ୟାୟାମରେ ନିୟୋଜିତ ହୋଇନଥିଲେ ବରଂ ରାସ୍ତାରେ ଆବର୍ଜନା ସଂଗ୍ରହ କରି ପରିବେଶ ସଂରକ୍ଷଣରେ ମଧ୍ୟ ସହଯୋଗ କରିଥିଲେ । ଡ୍ୟାମ ନିକଟ ଅଞ୍ଚଳ ଉପରେ ଧ୍ୟାନ ଦେଇ ଅଂଶଗ୍ରହଣକାରୀମାନେ ଆବର୍ଜନାକୁ ଜଳପଥରେ ପ୍ରବେଶ କରାଇବା ଏବଂ ଜଳୀୟ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇ ପାରିବେ ବୋଲି ସେ ନେଇ ଆଲୋକପାତ କରାଇଥିଲେ । You Can Read :
ଭୁବନେଶ୍ବର ୨୧।୪: ୨୦୨୪ ବିଶ୍ୱ ପୃଥିବୀ ଦିବସର ଥିମ୍ ‘ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍’ ପରିବେଶ ଉପରେ ପ୍ଲାଷ୍ଟିକ୍ ପ୍ରଦୂଷଣ କିଭଳି ପ୍ରଭାବ ପକାଉଛି ସେ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ତାର ସମାଧାନ ପାଇଁ ପ୍ରୋତ୍ସାହିତ କରିବା । ଶିକ୍ଷା, ସଚେତନ ଏବଂ କାର୍ଯ୍ୟ ମାଧ୍ୟମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର କ୍ଷତିକାରକ ପ୍ରଭାବରୁ କିଭଳି ବିଶ୍ବକୁ ରକ୍ଷା କରିବା ।

ସାତ୍ବିକ ସୋଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସତ୍ୟବ୍ରତ ସାମଲ ଏବଂ ୧୦୦ରୁ ଅଧିକ ସ୍ବେଚ୍ଛାସେବୀ ଝୁମକା ଡ୍ୟାମ୍ରେ ପୃଥିବୀ ଦିବସ ଉପରେ ଏକ ସ୍ବତନ୍ତ୍ର ପ୍ଲଗିଂ କରାଯାଇଥିଲା । ୟୁନିସେଫ, ୟୁଥ ଫର୍ ଓ୍ବାଟର ପ୍ଲସ, ଇକୋ ସାଥି, ଲାଇଫ, EARTHDSY.ORG, ରିସାଇକେଲ୍ ପେ’, ଆତ୍ମସାଥୀ ଟ୍ରଷ୍ଟି, ୟଙ୍ଗ ଇଗଲ୍, ମ୍ୟାଙ୍ଗୋ ହୋଟେଲ, ରାଉଣ୍ଡ ଟେବୁଲ ସହଯୋଗରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା ।

ଡ୍ୟାମ ନିକଟରେ ମେଗା ପ୍ଲଗିଂ ଏବଂ ପୃଥିବୀ ଦିବସ ପାଳନ ପାଇଁ ସମସ୍ତେ ଏକତ୍ରିକ ହୋଇଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ କେବଳ ଶାରୀରିକ ବ୍ୟାୟାମରେ ନିୟୋଜିତ ହୋଇନଥିଲେ ବରଂ ରାସ୍ତାରେ ଆବର୍ଜନା ସଂଗ୍ରହ କରି ପରିବେଶ ସଂରକ୍ଷଣରେ ମଧ୍ୟ ସହଯୋଗ କରିଥିଲେ । ଡ୍ୟାମ ନିକଟ ଅଞ୍ଚଳ ଉପରେ ଧ୍ୟାନ ଦେଇ ଅଂଶଗ୍ରହଣକାରୀମାନେ ଆବର୍ଜନାକୁ ଜଳପଥରେ ପ୍ରବେଶ କରାଇବା ଏବଂ ଜଳୀୟ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇ ପାରିବେ ବୋଲି ସେ ନେଇ ଆଲୋକପାତ କରାଇଥିଲେ ।
You Can Read :
୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ, ୪୩ ଡିଗ୍ରୀ ପାର୍ ହେଲା ୯ ସହରର ତାପମାତ୍ରା