ଫ୍ରାନ୍ସ ଉପରେ ବିଗିଡ଼ିଲେ ନେତାନ୍ୟାହୁ; ଲେବାନନରେ ଥିବା ଫ୍ରାନ୍ସିସ୍ କମ୍ପାନି ଉପରେ ବୋମା ବର୍ଷା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଭୀଷଣ ହେବାରେ ଲାଗିଛି । ଫିଳିସ୍ତିନୀ, ଲେବାବନ, ଇରାନ ପରେ ଏବେ ଫ୍ରାନ୍ସକୁ ଟାର୍ଗେଟ୍ କରିଛି ଇସ୍ରାଏଲ ।  ଲେବାନନ ରାଜଧାନୀ ବେରୁଟ ଥିବା ଏକ ଫ୍ରାନ୍ସିସ୍ ମଲ୍ଟିନ୍ୟାସନାଲ କମ୍ପାନି ଉପରେ ବୋମା ବର୍ଷା କରିଛି ଇସ୍ରାଏଲ ସେନା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରମ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଆଇଡିଏଫ ଫ୍ରାନ୍ସର ଟୋଟାଲ୍‌ଏନର୍ଜିସ ଗ୍ୟାସ୍ ଷ୍ଟେସନକୁ ହମଲା କରିଛି । ରିପୋର୍ଟ ମୁତାବକ, ବେରୁଟର ଦକ୍ଷିଣ ଉପନଗରରେ ଫ୍ରାନ୍ସିସ୍ କମ୍ପାନି  ଟୋଟାଲ୍‌ଏନର୍ଜିସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି । ଏହି ହମଲା ପରେ ଗ୍ୟାସ୍ ଷ୍ଟେସନରେ ଭୀଷଣ ନିଆଁ ଲାଗିଯାଇଛି । ସୌଭାଗ୍ୟବସତଃ  ବର୍ତ୍ତମାନ ସୁଦ୍ଧା କୌଣସି ମୃତହାତର ସୂଚନା ନାହିଁ । କିଛି ଦିନ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ସମସ୍ତ ସଭ୍ୟ ଦେଶ ଇସ୍ରାଏଲ ସଫକ୍ଷରେ ଛିଡ଼ା ହେବା ଜରୁରୀ । କାରଣ ଇରାନ ନେତୃତ୍ବରେ ଆତଙ୍କବାଦୀ ସଂଗଠନ ବର୍ବରତା ଚଳାଇଛି । ସପେପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରମଙ୍କୁ ଟାର୍ଗେଟ୍ କରିଥିଲେ ନେତାନ୍ୟାହୁ। ଫ୍ରାନ୍ସ ସରକାର ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଲଜ୍ଜାଜନକ ବୋଲି   ନେତାନ୍ୟାହୁ କହିଛନ୍ତି । ଶନିବାର ଏକ ଭିଡିଓ ସନ୍ଦେଶ ଜାରି କରି ବେଞ୍ଜାମିନ୍ ନେତାନ୍ୟା

ଫ୍ରାନ୍ସ ଉପରେ ବିଗିଡ଼ିଲେ ନେତାନ୍ୟାହୁ; ଲେବାନନରେ ଥିବା ଫ୍ରାନ୍ସିସ୍ କମ୍ପାନି ଉପରେ ବୋମା ବର୍ଷା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଭୀଷଣ ହେବାରେ ଲାଗିଛି । ଫିଳିସ୍ତିନୀ, ଲେବାବନ, ଇରାନ ପରେ ଏବେ ଫ୍ରାନ୍ସକୁ ଟାର୍ଗେଟ୍ କରିଛି ଇସ୍ରାଏଲ ।  ଲେବାନନ ରାଜଧାନୀ ବେରୁଟ ଥିବା ଏକ ଫ୍ରାନ୍ସିସ୍ ମଲ୍ଟିନ୍ୟାସନାଲ କମ୍ପାନି ଉପରେ ବୋମା ବର୍ଷା କରିଛି ଇସ୍ରାଏଲ ସେନା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରମ୍ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚାଲିଥିବା ବେଳେ ଆଇଡିଏଫ ଫ୍ରାନ୍ସର ଟୋଟାଲ୍‌ଏନର୍ଜିସ ଗ୍ୟାସ୍ ଷ୍ଟେସନକୁ ହମଲା କରିଛି । 

ରିପୋର୍ଟ ମୁତାବକ, ବେରୁଟର ଦକ୍ଷିଣ ଉପନଗରରେ ଫ୍ରାନ୍ସିସ୍ କମ୍ପାନି  ଟୋଟାଲ୍‌ଏନର୍ଜିସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଛି । ଏହି ହମଲା ପରେ ଗ୍ୟାସ୍ ଷ୍ଟେସନରେ ଭୀଷଣ ନିଆଁ ଲାଗିଯାଇଛି । ସୌଭାଗ୍ୟବସତଃ  ବର୍ତ୍ତମାନ ସୁଦ୍ଧା କୌଣସି ମୃତହାତର ସୂଚନା ନାହିଁ । କିଛି ଦିନ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ସମସ୍ତ ସଭ୍ୟ ଦେଶ ଇସ୍ରାଏଲ ସଫକ୍ଷରେ ଛିଡ଼ା ହେବା ଜରୁରୀ । କାରଣ ଇରାନ ନେତୃତ୍ବରେ ଆତଙ୍କବାଦୀ ସଂଗଠନ ବର୍ବରତା ଚଳାଇଛି । 

ସପେପଟେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରମଙ୍କୁ ଟାର୍ଗେଟ୍ କରିଥିଲେ ନେତାନ୍ୟାହୁ। ଫ୍ରାନ୍ସ ସରକାର ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ଲଜ୍ଜାଜନକ ବୋଲି   ନେତାନ୍ୟାହୁ କହିଛନ୍ତି । ଶନିବାର ଏକ ଭିଡିଓ ସନ୍ଦେଶ ଜାରି କରି ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ, କିଛି ଦେଶ ଆତଙ୍କବାଦୀଙ୍କ ସହିତ ଛଡ଼ା ହୋଇଛନ୍ତି । ସେମାନେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ରପ୍ତାନ୍ତୀ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରଙ୍କ ଏହି ବୟାନ ପରେ ତୁରନ୍ତ ମାକ୍ରମଙ୍କ ଅଫିସରୁ ଏକ ଜବାବ ଆସିଥିଲା । ଏଥିରେ ଫ୍ରାନ୍ସ ସରକାର ସଫେଇ ଦେଇ କହିଛନ୍ତି, ଇସ୍ରାଏଲ ଫ୍ରାନ୍ସର ଉତ୍ତମ ବନ୍ଧୁ   ଏବଂ ଇସ୍ରାଏଲର ସୁରକ୍ଷାକୁ ସମର୍ଥନ କରୁଛନ୍ତି । ଯଦି ଇରାନ କିମ୍ବା ତା’ର ସହଯୋଗୀ ରାଷ୍ଟ୍ର ମାନେ ଇସ୍ରାଏଲ ଉପରେ ହମଲା କରୁଛନ୍ତି, ତେବେ ଫ୍ରାନ୍ସ ଜେରୁଜେଲମ ସପକ୍ଷରେ ଛିଡ଼ା ହେବ ।...