'ଜୀବନ ଦେଇଦେବି ହେଲେ ଲାଗୁ ହେବାକୁ ଦେବିନି UCC, CAA': ଇଦ୍ ଅବସରରେ ଏମିତି କହିଲେ ଦିଦି
ପଶ୍ଚିମବଙ୍ଗ ୧୧/୦୪: ଇଦ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ଆୟୋଜିତ ରୋଡ୍ ସୋରେ ସାମିଲ ହୋଇଥିଲେ ମମତା । ଏହି ଅବସରରେ ସେ କହିଥିଲେ ଯେ, ଇଦ୍ ଖୁିସିର ପର୍ବ । ଏହି ଇଗ୍ ଶକ୍ତି ପ୍ରଦାନର ପର୍ବ । ଏକମାସ ଉପବାସ କରି ଏହି ଇଦ୍ ପାଳନ କରିବା ଏକ ବଡ କଥା । ଆମେ ଦେଶ ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ଦେଶ ପାଇଁ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ । ୟୁନିଫର୍ମ ସିଭିଲ୍ କୋଡ୍ ଗ୍ରହଣୀୟ ନୁହେଁ । ମୁଁ ସମସ୍ତ ଧର୍ମ ମଧ୍ୟରେ ସମନ୍ୱୟ ଚାହୁଁଛି । ତୁମର ସୁରକ୍ଷା ଚାହୁଁଛି । ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି ଯେ, ମୁସଲିମ ନେତାଙ୍କୁ ମନୋନୀତ କରି କ’ଣ ଚାହୁଁଛନ୍ତି ବୋଲି ଓଲଟା ପ୍ରଶ୍ନ ପଚାରିଛନ୍ତି । ଇଦ୍ ପ୍ରାର୍ଥନାକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ୟୁନିଫର୍ମ ସିଭିଲ୍ କୋଡ୍, NRC ଏବଂ CAA କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେ ନାହିଁ ।ପ୍ରଥମ ଥର ପାଇଁ ମମତା ବାନାର୍ଜୀ ୟୁସିସି ଉପରେ ଟିଏମସିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପୂର୍ବରୁ ତାଙ୍କର ଏହି ଷ୍ଟାଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଦର୍ଶାଏ ଯେ ସେ ବେଙ୍ଗାଲୁରୁରେ ମୁସଲମାନ ଭୋଟକୁ ମଜବୁତ କରିବା ଲକ୍ଷ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ୟୁସିସି ବିରୋଧରେ ଛିଡା ହେବାକୁ ଚାହୁଁଛନ୍ତି ।ମମ
ପଶ୍ଚିମବଙ୍ଗ ୧୧/୦୪: ଇଦ୍ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତାରେ ଆୟୋଜିତ ରୋଡ୍ ସୋରେ ସାମିଲ ହୋଇଥିଲେ ମମତା । ଏହି ଅବସରରେ ସେ କହିଥିଲେ ଯେ, ଇଦ୍ ଖୁିସିର ପର୍ବ । ଏହି ଇଗ୍ ଶକ୍ତି ପ୍ରଦାନର ପର୍ବ । ଏକମାସ ଉପବାସ କରି ଏହି ଇଦ୍ ପାଳନ କରିବା ଏକ ବଡ କଥା । ଆମେ ଦେଶ ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ କିନ୍ତୁ ଦେଶ ପାଇଁ ହେଉଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ ।
ୟୁନିଫର୍ମ ସିଭିଲ୍ କୋଡ୍ ଗ୍ରହଣୀୟ ନୁହେଁ । ମୁଁ ସମସ୍ତ ଧର୍ମ ମଧ୍ୟରେ ସମନ୍ୱୟ ଚାହୁଁଛି । ତୁମର ସୁରକ୍ଷା ଚାହୁଁଛି । ସେ ବିଜେପି ଉପରେ ବର୍ଷିବା ସହ କହିଛନ୍ତି ଯେ, ମୁସଲିମ ନେତାଙ୍କୁ ମନୋନୀତ କରି କ’ଣ ଚାହୁଁଛନ୍ତି ବୋଲି ଓଲଟା ପ୍ରଶ୍ନ ପଚାରିଛନ୍ତି । ଇଦ୍ ପ୍ରାର୍ଥନାକୁ ସମ୍ବୋଧିତ କରିବାବେଳେ ମମତା ବାନାର୍ଜୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ୟୁନିଫର୍ମ ସିଭିଲ୍ କୋଡ୍, NRC ଏବଂ CAA କାର୍ଯ୍ୟକାରୀ କରିବାକୁ ଅନୁମତି ଦେବେ ନାହିଁ ।
ପ୍ରଥମ ଥର ପାଇଁ ମମତା ବାନାର୍ଜୀ ୟୁସିସି ଉପରେ ଟିଏମସିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଲୋକସଭା ନିର୍ବାଚନରେ ଭୋଟ୍ ଦେବା ପୂର୍ବରୁ ତାଙ୍କର ଏହି ଷ୍ଟାଣ୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯାହା ଦର୍ଶାଏ ଯେ ସେ ବେଙ୍ଗାଲୁରୁରେ ମୁସଲମାନ ଭୋଟକୁ ମଜବୁତ କରିବା ଲକ୍ଷ୍ୟରେ ଲୋକସଭା ନିର୍ବାଚନ ପୂର୍ବରୁ ୟୁସିସି ବିରୋଧରେ ଛିଡା ହେବାକୁ ଚାହୁଁଛନ୍ତି ।
ମମତା କହିଛନ୍ତି, 'ଆମେ ରୟାଲ ବେଙ୍ଗଲ ଟାଇଗର ଭଳି । ମୁଁ ଦେଶ ପାଇଁ ମୋର ରକ୍ତ ଦେବାକୁ ପ୍ରସ୍ତୁତ । ନିର୍ବାଚନ ସମୟରେ ତୁମେ ମୁସଲମାନ ନେତାମାନଙ୍କୁ ଫୋନ କରୁଛ ପଚାରୁଛ ତୁମେ କଣ ଚାହୁଁଛ । ମୁଁ କହୁଛି ସେମାନେ କିଛି ଚାହାଁନ୍ତି ନାହିଁ, ସେମାନେ ପ୍ରେମ ଚାହାଁନ୍ତି । ଆମେ UCCକୁ କେବେବି ଗ୍ରହଣ କରିବୁ ନାହିଁ ।
ତୁମେ ମୋତେ ଜେଲରେ ରଖି ପାରିବ । କିନ୍ତୁ ମୁଁ ବିଶ୍ୱାସ କରେ ଯେତେ ଅସବୁିଧାରେ ପକାଇଲେ କଣ ହେବ ଭଗବାନ ଯାହା ଚାହିଁବେ ସେୟା ହିଁ ହେବ । ସେ କହିଛନ୍ତି ଯେ ବିଜେପିକୁ କେହି ଭୋଟ୍ ଦେବା ଉଚିତ୍ ନୁହେଁ । ମମତା କହିଛନ୍ତି ଯେ ଯଦି କିଛି ଘଟେ ତେବେ ଆମେ କୋର୍ଟକୁ ଯିବା । ଆମ ଲୋକମାନେ ଏବେ ଯାଏଁ ଜାମିନ ପାଇନାହାଁନ୍ତି । ଆମେ ଏବେ ନ୍ୟାୟ ଚାହୁଁ।