ବିଭିନ୍ନ ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ବିଭିନ୍ନ ଦାବି ମଧ୍ୟରେ ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ ଦେବା, ସପ୍ତମ ବେତନରୁ ବଞ୍ଚିତ ବିଦ୍ୟାଳୟକୁ ସପ୍ତମ ବେତନ ଦେବା,ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଇଂକ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ ଦେବା ଦାବି ରହିଛି। ବିଭିନ୍ନ ସମୟରେ ଏହି ଦାବିଗୁଡ଼ିକ ଉପସ୍ଥାପନ  କରାଯାଉଥିଲେ ମଧ୍ୟ ଏହାକୁ କୌଣସି ମତେ ପୂରଣ କରାଗଲା ନାହିଁ। ଯାହାଫଳରେ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ଏହି ଦାବି ଯଦି ରାଜ୍ୟ ସରକାର ପୂରଣ ନକରିବେ ତେବେ ଆଗାମୀ ମାସରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକ ଧାରଣା ଦେବେ । ପଢ଼ନ୍ତୁ-୨୪ ତାରିଖରେ ଉଦ୍‌ଘାଟିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ ଏହି ମିଳିତ ଧାରଣାରେ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ର , ସ୍କୁଲ କମିଟି ସଦସ୍ୟ ସଦସ୍ୟା, ଶିକ୍ଷା କର୍ମଚାରୀ ଓ ଅଭିଭାବକମାନେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଓ ସଭାପତି ଅକ୍ଷ୍ୟ କୁମାର ମିଶ୍ର । The post ବିଭିନ୍ନ ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ

ବିଭିନ୍ନ ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଫେବୃଆରୀ ମାସ ପ୍ରଥମ ସପ୍ତାହରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ବିଭିନ୍ନ ଦାବି ମଧ୍ୟରେ ଅବସର ନେଉଥିବା ଶିକ୍ଷକମାନଙ୍କୁ ପେନସନ ଦେବା, ସପ୍ତମ ବେତନରୁ ବଞ୍ଚିତ ବିଦ୍ୟାଳୟକୁ ସପ୍ତମ ବେତନ ଦେବା,ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ଇଂକ୍ରିମେଣ୍ଟ ଦେଇ ବରିଷ୍ଠତା ପ୍ରଦାନ ଓ ଅବସରପ୍ରାପ୍ତ ଶିକ୍ଷକଙ୍କୁ ପେନସନ ଦେବା ଦାବି ରହିଛି।

ବିଭିନ୍ନ ସମୟରେ ଏହି ଦାବିଗୁଡ଼ିକ ଉପସ୍ଥାପନ  କରାଯାଉଥିଲେ ମଧ୍ୟ ଏହାକୁ କୌଣସି ମତେ ପୂରଣ କରାଗଲା ନାହିଁ। ଯାହାଫଳରେ ଚଳିତ ଜାନୁଆରୀ ମାସ ୩୧ ତାରିଖ ସୁଦ୍ଧା ଏହି ଦାବି ଯଦି ରାଜ୍ୟ ସରକାର ପୂରଣ ନକରିବେ ତେବେ ଆଗାମୀ ମାସରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକ ଧାରଣା ଦେବେ ।

ପଢ଼ନ୍ତୁ-୨୪ ତାରିଖରେ ଉଦ୍‌ଘାଟିତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ, ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ଏହି ମିଳିତ ଧାରଣାରେ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ର , ସ୍କୁଲ କମିଟି ସଦସ୍ୟ ସଦସ୍ୟା, ଶିକ୍ଷା କର୍ମଚାରୀ ଓ ଅଭିଭାବକମାନେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ ଓ ସଭାପତି ଅକ୍ଷ୍ୟ କୁମାର ମିଶ୍ର ।

The post ବିଭିନ୍ନ ଦାବି ନେଇ ଅନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ appeared first on Prameya News7.