ଭୟଙ୍କର ସଡ଼କ ଦୁର୍ଘଟଣା, ଲୁହା ରଡ୍‌ ବୋଝେଇ ଟ୍ରକ୍ ଓଲଟି ୭ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା। ଲୁହା ରଡ୍‌ ବୋଝେଇ ଟ୍ରକ୍‌ ଓଲଟି ୭ ମୃତ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରଙ୍ଗଲରେ। ଓ୍ବାରଙ୍ଗଲ-ମାମୁନୁରୂ ରୋଡରେ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ଲୁହା ରଡ୍ ବୋଝେଇ ଟ୍ରକ୍ ଦୁର୍ଘଟଣା ଘଟାଇଛି। ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା ଟ୍ରକରେ ଟ୍ରେନ୍ ଟ୍ରାକରେ ବିଛାଇବା ପାଇଁ ବ୍ୟବହାର ହେଉଥିବା ଲୁହା ରଡ ଲଦା ହୋଇଥିଲା। ହେଲେ ମାମୁନୂର ନିକଟରେ ଟ୍ରକଟି ଦୁଇଟି ଅଟୋରିକ୍ସାକୁ ଓଭରଟେକ କରିବା ସମୟରେ ଲୁହା ରଡ ଅଟୋରିକ୍ସା ଉପରେ ପଡ଼ିଥିଲା। ଆଉ ଘଟଣାସ୍ଥଳରେ ୭ ଜଣକ ମୃତ୍ୟୁ ହୋଇଛି। ଯେଉଁଥିରେ ୪ ମହିଳା ଏବଂ ଏକ ଜଣେ ଶିଶୁ ରହିଛନ୍ତି। ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ସବୁ ଆହତଙ୍କୁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଟ୍ରକ୍ ଡ୍ରାଇଭର ପରିଚୟ ପୋଟ୍ଟାକୁଟୀର ଓରୁଗଲ୍ଲୁ। ସେ ନିଶାଶକ୍ତ ଅବସ୍ଥାରେ ଗାଡ଼ିଚଳାଉଥିଲା। ଆଉ ହଠାତ୍‌ ବ୍ରେକ୍ ମାରିବା କାରଣରୁ ଲଦା ହୋଇଥିବା ଲୁହା ରଡ ଅଟୋ ଉପରକୁ ଓଲଟିପଡ଼ିଥିଲା। ସୂଚନା ପାଇ ପୋଲିସ ଜିଲ୍ଲାପାଳ ଏବଂ ନଗରନିଗମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ବରାନିତ୍ବ କରିଥିଲେ। କ୍ରେନ ସାହାଯ୍ୟରେ ରଡ ହଟାଯାଇଥିଲା। ପୋଲିସ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ଭୟଙ୍କର ସଡ଼କ ଦୁର୍ଘଟଣା, ଲୁହା ରଡ୍‌ ବୋଝେଇ ଟ୍ରକ୍ ଓଲଟି ୭ ମୃତ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣା। ଲୁହା ରଡ୍‌ ବୋଝେଇ ଟ୍ରକ୍‌ ଓଲଟି ୭ ମୃତ। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ତେଲେଙ୍ଗାନାର ଓ୍ବାରଙ୍ଗଲରେ। ଓ୍ବାରଙ୍ଗଲ-ମାମୁନୁରୂ ରୋଡରେ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ଲୁହା ରଡ୍ ବୋଝେଇ ଟ୍ରକ୍ ଦୁର୍ଘଟଣା ଘଟାଇଛି। 

ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟାଇଥିବା ଟ୍ରକରେ ଟ୍ରେନ୍ ଟ୍ରାକରେ ବିଛାଇବା ପାଇଁ ବ୍ୟବହାର ହେଉଥିବା ଲୁହା ରଡ ଲଦା ହୋଇଥିଲା। ହେଲେ ମାମୁନୂର ନିକଟରେ ଟ୍ରକଟି ଦୁଇଟି ଅଟୋରିକ୍ସାକୁ ଓଭରଟେକ କରିବା ସମୟରେ ଲୁହା ରଡ ଅଟୋରିକ୍ସା ଉପରେ ପଡ଼ିଥିଲା। ଆଉ ଘଟଣାସ୍ଥଳରେ ୭ ଜଣକ ମୃତ୍ୟୁ ହୋଇଛି। ଯେଉଁଥିରେ ୪ ମହିଳା ଏବଂ ଏକ ଜଣେ ଶିଶୁ ରହିଛନ୍ତି। ଘଟଣାରେ ୬ ଜଣ ଆହତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ସବୁ ଆହତଙ୍କୁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନା ଅନୁସାରେ, ଟ୍ରକ୍ ଡ୍ରାଇଭର ପରିଚୟ ପୋଟ୍ଟାକୁଟୀର ଓରୁଗଲ୍ଲୁ। ସେ ନିଶାଶକ୍ତ ଅବସ୍ଥାରେ ଗାଡ଼ିଚଳାଉଥିଲା। ଆଉ ହଠାତ୍‌ ବ୍ରେକ୍ ମାରିବା କାରଣରୁ ଲଦା ହୋଇଥିବା ଲୁହା ରଡ ଅଟୋ ଉପରକୁ ଓଲଟିପଡ଼ିଥିଲା। ସୂଚନା ପାଇ ପୋଲିସ ଜିଲ୍ଲାପାଳ ଏବଂ ନଗରନିଗମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତ୍ବରାନିତ୍ବ କରିଥିଲେ। କ୍ରେନ ସାହାଯ୍ୟରେ ରଡ ହଟାଯାଇଥିଲା। ପୋଲିସ ଡ୍ରାଇଭର ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।