ପ୍ରେମିକା ପାଇଁ  ୮ ମହଲାରୁ ଡେଇଁପଡ଼ିଲେ  ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ…

୧୫।୧୦: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବ ଇଞ୍ଜିନିୟର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା। ପ୍ରେମରେ ବିଫଳ ହୋଇ ରୋନିତ ଜୀବନ ହାରଥିବା ସେ କହିଛନ୍ତି। ରୋନିତଙ୍କ ବୟସ ୨୩ ବର୍ଷ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରେମରେ ଧୋକା ପାଇ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଆତ୍ମହତ୍ୟା […] The post ପ୍ରେମିକା ପାଇଁ  ୮ ମହଲାରୁ ଡେଇଁପଡ଼ିଲେ  ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ… appeared first on Dharitri Odia News.

ପ୍ରେମିକା ପାଇଁ  ୮ ମହଲାରୁ ଡେଇଁପଡ଼ିଲେ  ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ…
୧୫।୧୦: ରାଜଧାନୀ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଜଣେ ଯୁବ ଇଞ୍ଜିନିୟର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ୮ ମହଲାରୁ ଡେଇଁ ଜୀବନ ହାରିଛନ୍ତି ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସ ଆପାର୍ଟମେଣ୍ଟରେ ରହୁଥିବା ରୋନିତ ଜେନା।
ପ୍ରେମରେ ବିଫଳ ହୋଇ ରୋନିତ ଜୀବନ ହାରଥିବା ସେ କହିଛନ୍ତି।
ରୋନିତଙ୍କ ବୟସ ୨୩ ବର୍ଷ। ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରେମରେ ଧୋକା ପାଇ ମାନସିକ ସ୍ତରରେ ଭାଙ୍ଗି ପଡିବା ପରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଆତ୍ମହତ୍ୟା ପୂର୍ବର ଚିତ୍ର ସିସିଟିଭିରେ କଏଦ ହୋଇଛି । ଛାତ ଉପରକୁ ସିଡିରେ ଯାଉଥିବା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବ୍ରହ୍ମପୁରର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ । ଯୁବତୀଙ୍କ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରୁଥିଲେ। କୌଣସି କଥାକୁ କେନ୍ଦ୍ର କରି ପ୍ରେମରେ ପୂର୍ଣ୍ଣଛେଦ ପଡିଥିଲା। ଯାହାକୁ ନେଇ ରୋନିତ ହତାଶ ହୋଇପଡିଥିଲେ।
ମୃତ୍ୟୁ ପୂର୍ବରୁ ରୋନିତଙ୍କ ଶେଷ ଚିଠି ମଧ୍ୟ ମିଳିଛି । ଚିଠିରେ ବାପା ମା’ଙ୍କୁ କ୍ଷମା ମାଗିଛନ୍ତି ।  ସେପଟେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ମୃତକଙ୍କ ପରିବାର ଲୋକ ଉକ୍ତ ଯୁବତୀ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ।

The post ପ୍ରେମିକା ପାଇଁ  ୮ ମହଲାରୁ ଡେଇଁପଡ଼ିଲେ  ଯୁବ ଇଞ୍ଜିନିୟର: ଶେଷ ଚିଠିରେ ଲେଖିଥିଲେ… appeared first on Dharitri Odia News.