ଅବକାରୀ କାର୍ଯ୍ୟାଳୟରେ ନିଆଁ ,ଜଳିଗଲା ଅନେକ ଗାଡି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ I ଜଳିପୋଡ଼ି ପାଉଁଶ ହୋଇଗଲା ଏକାଧିକ ମୋଟରସାଇକେଲ। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ରହିଛି। ସୂଚନାନୁସାରେ, ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି […]

ଅବକାରୀ କାର୍ଯ୍ୟାଳୟରେ ନିଆଁ ,ଜଳିଗଲା ଅନେକ ଗାଡି
ଅବକାରୀ କାର୍ଯ୍ୟାଳୟରେ ନିଆଁ ,ଜଳିଗଲା ଅନେକ ଗାଡି

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ I ଜଳିପୋଡ଼ି ପାଉଁଶ ହୋଇଗଲା ଏକାଧିକ ମୋଟରସାଇକେଲ। ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ପ୍ରୟାସ ଜାରି ରହିଛି।
ସୂଚନାନୁସାରେ, ପ୍ରଥମେ କାର୍ଯ୍ୟାଳୟର ପଛପଟେ ନିଆଁ ଲାଗିଥିଲା । ଏହାପରେ ଚାହୁଁ ଚାହୁଁ ନିଆଁ ପାଖରେ ଥିବା ମୋଟର ସାଇକେଲରେ ନିଆଁ ଲାଗିଯାଇଥିଲା। ଫଳରେ ଏଥିରେ ପାଞ୍ଚରୁ ଉର୍ଦ୍ଧ୍ୱ ମୋଟର ସାଇକେଲ ପୋଡ଼ିଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି, କାର୍ଯ୍ୟାଳୟ ପରିସରେ ଥିବା ଜବତ ଗାଡ଼ିଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। କାର୍ଯ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ। ଅଗ୍ନିକାଣ୍ଡରେକାହାର କିଛି କ୍ଷତି ହୋଇନାହିଁ। ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।