ଇଞ୍ଜେକ୍ସନ ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ବୌଦ୍ଧ :ଇଞ୍ଜେକ୍ସନ ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ I ସ୍କୁଲ ଯିବା ବାଟରେ ୫ ଜଣ ଯୁବକ ଆସି ଛାତ୍ରଙ୍କୁ ମାଡିବସି ଇଞ୍ଜେକ୍ସନ ଦେଇ ଅପହରଣ କରିବାକୁ ଉଦ୍ୟମ କରୁଥିଲେ I ଏଭଳି ଏକ ଅଭାବନୀୟ ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଘଟିଛି। ପୀଡ଼ିତ ଛାତ୍ରଜଣକ ହେଲେ ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ I ଅଚେତ ଅବସ୍ଥାରେ ସମ୍ବିତଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗାଁ […]

ଇଞ୍ଜେକ୍ସନ ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ
ଇଞ୍ଜେକ୍ସନ ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ବୌଦ୍ଧ :ଇଞ୍ଜେକ୍ସନ ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ I ସ୍କୁଲ ଯିବା ବାଟରେ ୫ ଜଣ ଯୁବକ ଆସି ଛାତ୍ରଙ୍କୁ ମାଡିବସି ଇଞ୍ଜେକ୍ସନ ଦେଇ ଅପହରଣ କରିବାକୁ ଉଦ୍ୟମ କରୁଥିଲେ I ଏଭଳି ଏକ ଅଭାବନୀୟ ଘଟଣା ଆଜି ସକାଳେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁରେ ଘଟିଛି। ପୀଡ଼ିତ ଛାତ୍ରଜଣକ ହେଲେ ତୁଳସୀକଟା ଗାଁର କାଶୀ ବାଗଙ୍କ ପୁଅ ସମ୍ବିତ ବାଗ I ଅଚେତ ଅବସ୍ଥାରେ ସମ୍ବିତଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଗାଁ ଲୋକଙ୍କ ପାଟି ଶୁଣି ଦୁବୃର୍ତ୍ତ ମାନେ ସେଠାରୁ ଖସି ଯାଇଥିଲେ। ପରେ ପରିବାର ଓ ଗାଁ ଲୋକଙ୍କ ପକ୍ଷରୁ ସମ୍ବିତଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଚାଲିଛି। ତେବେ କିଏ ଓ କାହିଁକି ସମ୍ବିତଙ୍କୁ ଅପହରଣ କରିବାକୁ ଚାହୁଁଥିଲା ତାର କାରଣ ଅସ୍ପଷ୍ଟ ରହିଛି।