ହିଲଭିୟୁରେ ଟୟ ଟ୍ରେନ୍‌

ଦାରିଙ୍ଗବାଡି, ୭/୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ । ତେବେ ଦାରିଙ୍ଗବାଡିର ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ହିଲଭିୟୁ ପାର୍କ ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ଜଣାଶୁଣା ଉକ୍ତ ପାର୍କ ମଧ୍ୟରେ ସୋମବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନର ଲୋକାର୍ପଣ କରାଯାଇଛି । ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ଡ. […] The post ହିଲଭିୟୁରେ ଟୟ ଟ୍ରେନ୍‌ appeared first on Dharitri Odia News.

ହିଲଭିୟୁରେ ଟୟ ଟ୍ରେନ୍‌

ଦାରିଙ୍ଗବାଡି, ୭/୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ପରିଚିତ । ତେବେ ଦାରିଙ୍ଗବାଡିର ଅନେକ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ହିଲଭିୟୁ ପାର୍କ ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ଜଣାଶୁଣା ଉକ୍ତ ପାର୍କ ମଧ୍ୟରେ ସୋମବାର ଶିଶୁ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନର ଲୋକାର୍ପଣ କରାଯାଇଛି । ସାଞ୍ଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବାଲିଗୁଡା ଉପଜିଲାପାଳ ଡ. ରୀନା ପ୍ରଧାନ ଏହାର ବିଧିବଧ ଭାବେ ଶୁଭଦଘାଟ୍‌ନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଟ୍ରଷ୍ଟର ସମ୍ପାଦକ ତଥା ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, କନିଷ୍ଠ ଯନ୍ତ୍ରୀ ଧିରେନ କୁମାର ସେଠୀ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଠ, ପତିତପାବନ ରାଉତ, ବିଦେଶୀ ନାୟକ, ରମେଶ ଚନ୍ଦ୍ର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଯେ, ହିଲଭିୟୁ ପାର୍କର ନିଜସ୍ବ ପାଣ୍ଠିରୁ ୧୨ ଲକ୍ଷ ୪୯ ହଜାର ଟଙ୍କା ଖର୍ଚ୍ଚ କରାଯାଇ ନୂତନ ଟୟ ଟ୍ରେନ ସ୍ଥାପନ କରାଯାଇଛି । ସୂଚନା ଯୋଗ୍ୟଯେ ପୂର୍ବରୁ ମଧ୍ୟ ଏକ ଟୟ ଟ୍ରେନ ରହିଥିଲା ଯାହାକି ନଷ୍ଟ ହୋଇଗଲାପରେ ଏବେ ନୂତନ ଭାବେ ସ୍ଥାପନ କରାଗଲା।

The post ହିଲଭିୟୁରେ ଟୟ ଟ୍ରେନ୍‌ appeared first on Dharitri Odia News.