ଛୁରା ମାଡ଼ରେ ବ୍ୟବସାୟୀ ଗୁରୁତର, ଫାଣ୍ଡି ଘେରିଲେ ଗ୍ରାମବାସୀ
ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧୀନ ପାଲୁର ଜଙ୍କଶନରେ ଚିକେନ୍ ବ୍ୟବସାୟୀଙ୍କୁ ଛୁରା ମାଡ଼ ହୋଇଛି। ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ ବେଲପଡ଼ା ଗ୍ରାମର ଦୀପକ ନାୟକ। ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ବେଲପଡ଼ା ହୁମ୍ମା ଫାଣ୍ଡି ଘେରାଉ କରିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ […] The post ଛୁରା ମାଡ଼ରେ ବ୍ୟବସାୟୀ ଗୁରୁତର, ଫାଣ୍ଡି ଘେରିଲେ ଗ୍ରାମବାସୀ appeared first on Dharitri Odia News.
ଗଞ୍ଜାମ,୨୭।୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧୀନ ପାଲୁର ଜଙ୍କଶନରେ ଚିକେନ୍ ବ୍ୟବସାୟୀଙ୍କୁ ଛୁରା ମାଡ଼ ହୋଇଛି। ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ହୋଇଥିବା ଜଣାପଡିଛି। ସେ ହେଲେ ବେଲପଡ଼ା ଗ୍ରାମର ଦୀପକ ନାୟକ।
ଅନ୍ୟପକ୍ଷେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବିରେ ପରିବାର ଲୋକଙ୍କ ସହ ଗ୍ରାମବାସୀ ବେଲପଡ଼ା ହୁମ୍ମା ଫାଣ୍ଡି ଘେରାଉ କରିଛନ୍ତି। ପୋଲିସ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଦୀପକ ଏବଂ ତାଙ୍କ ସାନଭାଇ ଦିଲୀପ ଓ ବାପା ପ୍ରଦୀପ ନାୟକ ଚିକେନ୍ ଦୋକାନରେ ବ୍ୟବସାୟ କରୁଥିଲେ। ସେତିକି ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବେଲପଡା ଗ୍ରାମର କେତେକ ଅସାମାଜିକ ବ୍ୟକ୍ତି ଗୋପାଳପୁର ବକ୍ସି ସାହିର ଭଡାଟିଆ ଗୁଣ୍ଡାକୁ ଆଣି ଦୀପକଙ୍କ ଚିକେନ୍ ଦୋକାନରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଦୀପକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ଦୀପକ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ।
ଉପସ୍ଥିତ ଥିବା ସାନ ଭାଇ ଏବଂ ବାପା ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ସେମାନଙ୍କୁ ମାଉଜର ଦେଖାଇ ଭୟଭୀତ କରିଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଅବସ୍ଥାରେ ଦୀପକଙ୍କୁ ଊଦ୍ଧାର କରି ଏକ କାର ଯୋଗେ ଛତ୍ରପୁର ପରେ ବ୍ରହ୍ମପୁର ମେଡିକାଲକୁ ନିଆଯାଇଥିବା ଜଣାପଡିଛି। ତତ୍କ୍ଷଣାତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ଗ୍ରାମବାସୀ ହୁମ୍ମା ଫାଣ୍ଡି ଘେରାଉ କରିଥିଲେ। ହୁମ୍ମା ଫାଣ୍ଡି ଅଧିକାରୀ ବିମଳ କହଁର ଘଟଣାସ୍ଥଳରେ ପହଞ୍ଚି ଫେରାର ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।
ଦୀପକଙ୍କ ସାନ ଭାଇ ଦିଲୀପ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ହୁମ୍ମା ଫାଣ୍ଡି ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ହେଲେ ବେଲପଡ଼ା ଗ୍ରାମର ସୁନୀଲ ନାୟକ, ଲଳିତ ନାୟକ, ସନ୍ତୋଷ ନାୟକ, ଗୋପାଳପୁର ବକ୍ସି ସାହିର ସୁନୀଲ ନାୟକ ବୋଲି ଏତଲାରେ ଦର୍ଶାଯାଇଛି।
ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ସନ୍ତୋଷ ନାୟକ ଏବଂ ଲଳିତ ନାୟକଙ୍କୁ ଗିରଫ କରଛି। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି କରୁଛି।
The post ଛୁରା ମାଡ଼ରେ ବ୍ୟବସାୟୀ ଗୁରୁତର, ଫାଣ୍ଡି ଘେରିଲେ ଗ୍ରାମବାସୀ appeared first on Dharitri Odia News.