କିଏ ହେବେ ପରବର୍ତ୍ତୀ ମୁଖ୍ୟ ସଚିବ ? ମନୋଜ ନା ପ୍ରଦୀପ, ବଢିଲା ସସପେନ୍ସ

ଭୁବନେଶ୍ଵର: ଚାକିରି ଆଉ ୬ମାସ ଥିବା ବେଳେ ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଯାହାଙ୍କୁ ନେଇ ଏବେ ପାଓ୍ବାର କରିଡରରେ ହଲଚଲ । ମନୋଜ ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଏବେ ଜୋରଧରିଛି ଏମିତି କିଛି ଚର୍ଚ୍ଚା । କାରଣ ଜୁନ୍ ୩୦ରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କୁ ସରକାର ଆଉ ଏକ୍ସଟେନସନ୍ କରିବେ ନା’ ନୂଆ କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?  ହଠାତ୍ କେନ୍ଦ୍ରରୁ ଓଡ଼ିଶା କ୍ୟାଡରକୁ ଆସିବା ପରେ ମନୋଜଙ୍କୁ ନେଇ ପାଓ୍ବାର କରିଡରରେ ଚର୍ଚ୍ଚା । ୧୯୯୦ ବ୍ୟାଚ୍ର ଏହି ବରିଷ୍ଠ ଆଇଏଏସ ଅଫିସର ଏବେ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଆଉ କେନ୍ଦ୍ର ସରକାର ମଧ୍ୟ ଏଥି ପାଇଁ ଅନୁମତି ଦେଇଛନ୍ତି । ଏମିତିରେ ନୂଆ ସରକାରରେ କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ତାକୁନେଇ ଚାଲିଥିବା ଚର୍ଚ୍ଚାରେ ଏଣ୍ଟ୍ରି ମାରିଛନ୍ତି ମନୋଜ ଆହୁଜା । Also read: ବଦଳିଲା ପାଣିପାଗର ମିଜାଜ୍, ବୁଧବାରଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟସେପଟେ ମିଳିଥିବା ସୂଚନା ଅନୁସାରେ ମୁଣ୍ଡ ଉପରେ ରଥଯାତ୍ରା ଥିବାରୁ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏମିତିର ପ୍ରଦ

କିଏ ହେବେ ପରବର୍ତ୍ତୀ ମୁଖ୍ୟ ସଚିବ ? ମନୋଜ ନା ପ୍ରଦୀପ, ବଢିଲା ସସପେନ୍ସ

ଭୁବନେଶ୍ଵର: ଚାକିରି ଆଉ ୬ମାସ ଥିବା ବେଳେ ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ଯାହାଙ୍କୁ ନେଇ ଏବେ ପାଓ୍ବାର କରିଡରରେ ହଲଚଲ । ମନୋଜ ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଏବେ ଜୋରଧରିଛି ଏମିତି କିଛି ଚର୍ଚ୍ଚା । କାରଣ ଜୁନ୍ ୩୦ରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କୁ ସରକାର ଆଉ ଏକ୍ସଟେନସନ୍ କରିବେ ନା’ ନୂଆ କାହାକୁ ନିଯୁକ୍ତି ଦେବେ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । 

ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?  ହଠାତ୍ କେନ୍ଦ୍ରରୁ ଓଡ଼ିଶା କ୍ୟାଡରକୁ ଆସିବା ପରେ ମନୋଜଙ୍କୁ ନେଇ ପାଓ୍ବାର କରିଡରରେ ଚର୍ଚ୍ଚା । ୧୯୯୦ ବ୍ୟାଚ୍ର ଏହି ବରିଷ୍ଠ ଆଇଏଏସ ଅଫିସର ଏବେ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ । ଆଉ କେନ୍ଦ୍ର ସରକାର ମଧ୍ୟ ଏଥି ପାଇଁ ଅନୁମତି ଦେଇଛନ୍ତି । ଏମିତିରେ ନୂଆ ସରକାରରେ କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ତାକୁନେଇ ଚାଲିଥିବା ଚର୍ଚ୍ଚାରେ ଏଣ୍ଟ୍ରି ମାରିଛନ୍ତି ମନୋଜ ଆହୁଜା । 

Also read: ବଦଳିଲା ପାଣିପାଗର ମିଜାଜ୍, ବୁଧବାରଠୁ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ

ସେପଟେ ମିଳିଥିବା ସୂଚନା ଅନୁସାରେ ମୁଣ୍ଡ ଉପରେ ରଥଯାତ୍ରା ଥିବାରୁ ରାଜ୍ୟ ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏମିତିର ପ୍ରଦୀପଙ୍କ କାର୍ଯ୍ୟକାଳ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ୁଛି ତାହେଲେ ମନୋଜ ଆହୁଜାଙ୍କୁ ସିଏମଓରେ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିପାରେ । ସେହିଭଳି ନୂଆ ସରକାର ଖୁବ୍ ଶୀଘ୍ର ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଯାହା ଉପରେ ରହିଛି ସମସ୍ତଙ୍କ ନଜର ।

ସେପଟେ ଯେହେତୁ ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଛି ତେଣୁ ଜଣେ ଓଡ଼ିଆ ହିଁ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏମିତିରେ ୧୯୯୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କ ନାଁ ଆଗରେ ରହିଛି । ଯିଏ କି ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଖୁବ୍ ନିରପେକ୍ଷ ଭାବେ ୨୪ ନିର୍ବାଚନ ପରିଚାଳନା କରିଥିଲେ । ତେବେ ମୁଖ୍ୟ ଶାସନ ସଚିବ ବାଛିବା ବେଳେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ଭିତରେ ଯେମିତି ବିଭେଦ ସୃଷ୍ଟି ନହୁଏ ସେଥି ପ୍ରତି ମଧ୍ୟ ଗୁରୁତ୍ବ ଦେଇପାରନ୍ତି ସରକାର । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଧ୍ୟ କେଉଁ ଅଧିକାରୀ ରହିବେ ତାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନି । ତେବେ ଏସବୁ ଉପରେ ରହିବ ନଜର ।