ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ଲୋକେ

ଜଳେଶ୍ୱର ୩୦/୦୭: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ,ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆଶଙ୍କା ଥିବାରୁ ଭୟଭୀତ ନଦୀ କୁଳିଆ ବାସିନ୍ଦା । ଲଘୁଚାପ ଜନିତ ଲଗାଣ ବର୍ଷାରେ କାରଣରୁ ୩ ଦିନ ଧରି ଜଳକା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା,ମୋରଡା,ତିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଂକା ଦେଖା ଦେଇପାରେ । ବର୍ତ୍ତମାନ ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ବସ୍ତା ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବିଳମ୍ବିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । କେଉଁଠି ଚାଷୀ ତଳି ଏବେ ଏବେ ପକାଇଛନ୍ତି । ଯଦି ବନ୍ୟା ହୁଏ ତାହାହେଲେ ତଳି ନଷ୍ଟ ହେବା ସହିତ ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ତଳି ରୋଇଥିବାରୁ ତାହା ପଚି ଯିବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକର ୮ ଟି ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ବିପଦ ସଂକେତ ଉପରେ ଜଳକା ନଦୀର ଜଳସ୍ତର, ବନ୍ୟା ଆଶଙ୍କାରେ ଭୟଭୀତ ଲୋକେ

ଜଳେଶ୍ୱର ୩୦/୦୭: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ,ସକାଳ ୭ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୬ମିଟରରେ ପ୍ରବାହିତ ହେଉଛି । ବନ୍ୟା ଆଶଙ୍କା ଥିବାରୁ ଭୟଭୀତ ନଦୀ କୁଳିଆ ବାସିନ୍ଦା । 

ଲଘୁଚାପ ଜନିତ ଲଗାଣ ବର୍ଷାରେ କାରଣରୁ ୩ ଦିନ ଧରି ଜଳକା ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ଶୁଳିଆପଦା,ମୋରଡା,ତିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବସ୍ତା ଅଞ୍ଚଳରେ ମଧ୍ୟ ଗତକାଲି ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଂକା ଦେଖା ଦେଇପାରେ । ବର୍ତ୍ତମାନ ଚାଷ କାମ ଚାଲିଥିବାରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । 

ବସ୍ତା ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବିଳମ୍ବିରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ । କେଉଁଠି ଚାଷୀ ତଳି ଏବେ ଏବେ ପକାଇଛନ୍ତି । ଯଦି ବନ୍ୟା ହୁଏ ତାହାହେଲେ ତଳି ନଷ୍ଟ ହେବା ସହିତ ଏବେ ଏବେ ବିଭିନ୍ନ ଜଳଉତ୍ସରୁ ପାଣି ନେଇ ତଳି ରୋଇଥିବାରୁ ତାହା ପଚି ଯିବାର ଆଶଙ୍କା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଯଦି ବନ୍ୟା ହୁଏ ତାହାହେଲେ ବସ୍ତା ବ୍ଲକର ୮ ଟି ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି ।