ଶ୍ମଶାନରେ ପଡିଛି ବସ୍ତା ବସ୍ତା ମୃତ କୁକୁଡା, ବାର୍ଡ ଫ୍ଲୁ ଆତଙ୍କରେ ଗ୍ରାମବାସୀ ଭୟଭୀତ
କେନ୍ଦ୍ରାପଡା ୧।୯: କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନର୍ସିଂପୁରୁ ଗାଁରେ ବାର୍ଡ ଫ୍ଲୁ ଆତଙ୍କ l ନର୍ସିଂପୁରୁ ଗାଁ ଶ୍ମଶାନରେ ୬ ବସ୍ତା ମୃତ କୁକୁଡା ଠାବ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଛି l ମୃତ କୁକୁଡା ଗୁଡିକୁ କୁକୁର ଟାଣି ଖାଉଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି l ମୃତ କୁକୁଡା ଗୁଡିକ ପାଖ ତିଲଙ୍ଗ ଗାଁରେ ଥିବା କିଛି କୁକୁଡା ଫାର୍ମର ବୋଲି ସନ୍ଦେହ କରାଯାଉଛି l ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l ତେବେ ମୃତ କୁକୁଡା ଏବଂ ନିକଟରେ ଥିବା ଫାର୍ମର କିଛି ଜୀବନ୍ତ କୁକୁଡାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ସୂଚନା ଦେଇଛନ୍ତି lYou Can Read:ଦ୍ବାରଶୁଣୀ ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ, ହେଲପର ଗୁରୁତର
କେନ୍ଦ୍ରାପଡା ୧।୯: କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନର୍ସିଂପୁରୁ ଗାଁରେ ବାର୍ଡ ଫ୍ଲୁ ଆତଙ୍କ l ନର୍ସିଂପୁରୁ ଗାଁ ଶ୍ମଶାନରେ ୬ ବସ୍ତା ମୃତ କୁକୁଡା ଠାବ ହେବା ପରେ ଗାଁରେ ଆତଙ୍କ ଖେଳିଯାଇଛି l ମୃତ କୁକୁଡା ଗୁଡିକୁ କୁକୁର ଟାଣି ଖାଉଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି l ମୃତ କୁକୁଡା ଗୁଡିକ ପାଖ ତିଲଙ୍ଗ ଗାଁରେ ଥିବା କିଛି କୁକୁଡା ଫାର୍ମର ବୋଲି ସନ୍ଦେହ କରାଯାଉଛି l
ଘଟଣା ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି l ତେବେ ମୃତ କୁକୁଡା ଏବଂ ନିକଟରେ ଥିବା ଫାର୍ମର କିଛି ଜୀବନ୍ତ କୁକୁଡାର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲା ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାନ୍ତି ସୂଚନା ଦେଇଛନ୍ତି l
You Can Read:
ଦ୍ବାରଶୁଣୀ ଘାଟିରେ ଓଲଟିଲା ଟ୍ରକ୍ : ଡ୍ରାଇଭର ମୃତ, ହେଲପର ଗୁରୁତର