ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ୧୭ରୁ ବଢ଼ିବ ବର୍ଷା, ୧୯ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୧୬।୦୭: ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ରେ ପୁଣି ଏକ ଲଘୁଚାପ ହେବ । ଏହି ଦୁଇ ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଆଗକୁ ଆହୁରି ଦୁଇଟି ଲଘୁଚାପ ଥିବାରୁ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଭରଣା ହେବ ବୋଲି ସେ କହିଛନ୍ତି ।ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ଓଡ଼ିଶା ସଂଲଗ୍ନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ପୂର୍ବ-ପଶ୍ଚିମ ଆଡ଼କୁ ବିସ୍ତୃତ ହେବ । ଏହା ଓଡ଼ିଶାରୁ ମହାରାଷ୍ଟ୍ର ଯାଏ ଲମ୍ବିବ ।୧୮ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୯ରେ ଏହା ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ୨୧ ଯାଏ ବର୍ଷା ହେବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ଏଠାରେ ମୋଟ ୧୨୦ରୁ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ଅପେକ୍ଷାକୃତ କମ୍‌ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ୨୪ ବା ୨୫ ତାରିଖରେ  ଏହା ଲଘୁଚାପରେ ପରିଣତ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ୧୭ରୁ ବଢ଼ିବ ବର୍ଷା, ୧୯ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର,୧୬୦୭: ରବିବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସୋମବାର ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୧୯ରେ ପୁଣି ଏକ ଲଘୁଚାପ ହେବ । ଏହି ଦୁଇ ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଆଗକୁ ଆହୁରି ଦୁଇଟି ଲଘୁଚାପ ଥିବାରୁ ରାଜ୍ୟରେ ନିଅଣ୍ଟିଆ ସ୍ଥିତି ଭରଣା ହେବ ବୋଲି ସେ କହିଛନ୍ତି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତିଓଡ଼ିଶା ସଂଲଗ୍ନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ପୂର୍ବ-ପଶ୍ଚିମ ଆଡ଼କୁ ବିସ୍ତୃତ ହେବ । ଏହା ଓଡ଼ିଶାରୁ ମହାରାଷ୍ଟ୍ର ଯାଏ ଲମ୍ବିବ ।୧୮ରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୧୯ରେ ଏହା ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ୨୧ ଯାଏ ବର୍ଷା ହେବ । ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବ । ଏଠାରେ ମୋଟ ୧୨୦ରୁ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଖୋର୍ଦ୍ଧାପୁରୀକଟକଜଗତ୍‌ସିଂହପୁରକେନ୍ଦ୍ରାପଡ଼ାଯାଜପୁରଭଦ୍ରକ ଓ ବାଲେଶ୍ୱରରେ ଅପେକ୍ଷାକୃତ କମ୍‌ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

୨୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇପାରେ । ୨୪ ବା ୨୫ ତାରିଖରେ  ଏହା ଲଘୁଚାପରେ ପରିଣତ ହେବ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏହା ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ଭାରୀ ବର୍ଷା ହେବ । ଏହି ଲଘୁଚାପ ଯୋଗୁ ଯେତିକି ବର୍ଷା ହେବ ତାହା ରାଜ୍ୟରେ ନିଅଣ୍ଟିଆ ସ୍ଥିତିକୁ ଭରଣା କରିଦେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।

ପାଣିପାଗ ବିଭାଗ କହିଛିଉତ୍ତର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସଂଲଗ୍ନ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୧୭ ତାରିଖରୁ ବର୍ଷା ବଢ଼ିବ । ଗଞ୍ଜାମଗଜପତିରାୟଗଡ଼ାକନ୍ଧମାଳକଳାହାଣ୍ଡିନୟାଗଡ଼ମାଲକାନଗିରି ଓ କୋରାପୁଟରେ ଭାରୀ ବର୍ଷା ସମ୍ଭାବନା ଅଛି । ୧୮ ଓ ୧୯ ତାରିଖରେ ବି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବଢ଼ିବ । ଆଜି କୋରାପୁଟରେ ୪୫.୨ତାଳଚେରରେ ୧୫ବୌଦ୍ଧ ୧୮ନୟାଗଡ଼ ୧୭ନବରଙ୍ଗପୁରରେ ୧୩ମିମି ବର୍ଷା ହୋଇଛି । 

ଚାଷୀଙ୍କୁ ପରାମର୍ଶ ଦେଇ ପ୍ରଫେସର ପଶୁପାଳକ କହିଛନ୍ତିଆଗକୁ ବର୍ଷା ଥିବାରୁ ତଳିକୁ ୧୪ ଦିନ ବିତିଥିଲେ ରୋଇପାରିବେ । ସିଧା ବୁଣା ଧାନ ୨୦ଦିନର ହୋଇଥିଲେ ବେଉଷଣ କରନ୍ତୁ । ମୂଳ ସାର ସହିତ ଫସଫରସ୍‌ ଓ ପୋଟାସ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।  ଡିଏପି ପକାଇଲେ ପୋଟାସ ସାର ମିଶାଇ ପକାନ୍ତୁ । ନୂଆ କରି ତଳି ପକାଉଥିଲେ ୧୨୦ଦିନିଆ କିସମ ଚୟନ କରନ୍ତୁ । ସିଧା ବୁଣିବାର ଥିରେ ଡ୍ରମ୍‌ ସିଡର ବ୍ୟବହାର କରନ୍ତୁ । ଭାରୀ ବର୍ଷା ହେଲେ ଜମିରୁ ପାଣି କାଟି ବାହାର କରି ଦିଅନ୍ତୁ । ତଳି ଓ ଛୋଟ ଅବସ୍ଥାରେ ଥିବା ଧାନ ପାଇଁ ଅଧିକ ପାଣି ଆବଶ୍ୟକ ନାହିଁ ।